ବେରୋଜଗାରୀ ବିବାଦ : କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର ।

21

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୋରଜଗାରୀ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଭୁବନେଶ୍ୱରରେ ଆୟୋଜିତ ଏସସି-ଏସଟି କାର୍ଯ୍ୟକ୍ରମରେ ବେରୋଜଗାରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ଯେ, ବେରୋଜଗାରୀ ରାଜ୍ୟରେ ସମସ୍ୟା ଉକ୍ରଟ ହେଲାଣି । କାରଣ ଓଡିଶାରେ କାମ ମିଳିଥିଲେ ରାଜ୍ୟ ବାହାରକୁ ପେଟ ପୋଷିବା ପାଇଁ ଓଡିଶା ଲୋକେ ଯାଉନଥାନ୍ତେ । ଦେଶର ଯେଉଁ ରାଜ୍ୟରେ ଅଧିକ ସଂଖ୍ୟକ ଯୁବକ ରହୁଛନ୍ତି ସେ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ମଧ୍ୟ ଅଛି । କିନ୍ତୁ ଓଡିଶା ସରକାର ଏବଂ ବ୍ୟାଙ୍କ ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ଆଜି ଆଦିବାସ ଯୁବକ ଯୁବତୀ ଋଣ ପାଇ ପାରୁନାହାଁନ୍ତି । କେବଳ ସ୍ଲୋଗାନ କିମ୍ବା ସାଙ୍କେତିକ କାର୍ଯ୍ୟକ୍ରମ କରିଦେଲେ ଆଦିବାସୀଙ୍କ ଉନ୍ନତି ହୁଏ ନାହିଁ ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

Unemployment
source- https://thenortheasttoday.com

୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବାବେଳେ ଏନଏସଆଇସି ଦ୍ୱାରା ଓଡିଶାରେ ୫୬୧ କୋଟି ଟଙ୍କାର କାରବାର ହୋଇଥିଲା । ଯାହା ବର୍ତ୍ତମାନ ୯୫୨ କୋଟିରେ ପହଁଚିଛି । ସେହିଭଳି ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଓଡିଶାର ଆଦିବାସୀଙ୍କ ମଧ୍ୟରୁ ମାତ୍ର ୬୬ଟି ଜଣ ଏଲପିଜି ବିତରକ ଥିଲେ । କିନ୍ତୁ ବର୍ତ୍ତମାନ ତାହା ୮୫ ଜଣ ବିତରକରେ ପହଁଚିଛି । ୫୦ ବର୍ଷରେ ୬୬ ଜଣ ମାତ୍ର ୪ ବର୍ଷରେ ୮୫ ଜଣ ଆଦିବାସୀ ଏଲପିଜି ବିତରକଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ତେଣୁ ରାଜନୀତି ଓ ନିର୍ବାଚନକୁ ଦୂରରେ ରଖି ରୋଜଗାରକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହାତ ବଢ଼ାଇବା ଦରକାର ।

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟକୁ ଖଣ୍ଡନ କରିଛନ୍ତି ରାଜ୍ୟ ଏମଏସଏମଇ ସଚିବ ଏଲ.ଏନ ଗୁପ୍ତା । ସଚିବଙ୍କ କହିବା ମୁତାବକ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ସମ୍ପୂର୍ଣ୍ଣ ଭୁଲ ଅଟେ କାରଣ ଓଡିଶରେ ଯଥେଷ୍ଟ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ରୋଜଗାର ପାଇଁ ତାଲିମ ନେବା ଆବଶ୍ୟକ । ବର୍ତ୍ତମାନ ଓଡିଶାରେ ଏମଏସଏମଇ, କୃଷି, ଖାଦ୍ୟପ୍ରକିୟାକରଣ ଶିଳ୍ପାନୁଷ୍ଠାନ ଏବଂ ଇଂଜିନିୟରିଂ କ୍ଷେତ୍ରରେ ରାଜ୍ୟରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଲଟା ଉତ୍ତର ଦେଇଛନ୍ତି ରାଜ୍ୟ ଏମଏସଏମଇ ସଚିବ ଏଲ.ଏନ ଗୁପ୍ତା ।