ଆସନ୍ତା କାଲିଠାରୁ ବେକାର ଯୁବକ ଯୁବତୀଙ୍କୁ ମିଳିବ ୧୦୦୦ ଟଙ୍କାଏ ମାସିକ ଭତ୍ତା ! ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ଲାଗୁ ହେଉଛି ଏହି ବ୍ୟବସ୍ଥା ?

106

ଦେଶରେ ବେକାରୀ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଲାଣି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି । ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅଧିକାଂଶ ନୂତନ ଉଦ୍ଭାବନ ପଛରେ ଭାରତୀୟଙ୍କ ହାତ ରହୁଛି । ତଥାପି ଆମ ଦେଶକୁ ମିଳୁନି ସମ୍ମାନ । ବାହାର ଦେଶ ଗୁଡ଼ିକ ନେଇ ଯାଉଛନ୍ତି ସମସ୍ତ ଶ୍ରେୟ । ତେବେ ଦେଶର ଏପରି ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ସେପରି କିଛି ଆଖିଦୃଶିଆ ସଫଳତା ମିଳୁନି ।

ତେବେ ଏସମସ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ୧୦୦୦ ଟଙ୍କାର ମାସିକ ଭତ୍ତା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡ଼ୁ ଆସନ୍ତାକାଲି ‘ମୁଖ୍ୟମନ୍ତ୍ରୀ ଯୁବା ନେସ୍ତମ’ ଯୋଜନାର ଶୁଭାରମ୍ଭ କରିବା ପାଇଁ ଯାଉଛନ୍ତି । ଏହି ଯୋଜନ୍ଧହ ଲାଭ ଉଠାଇବା ପାଇଁ ୱେବ ପୋର୍ଟାଲରେ ୨ଲକ୍ଷରୁ ଅଧିକ ପଞ୍ଜିକରଣ ହୋଇସାରିଛି ।

ସୂଚନା ଅନୁସାରେ ବେକାର ଯୁବକ ଯୁବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନା ମୁଖ୍ୟ ଉଦ୍ଦେଶ୍ୟ । ତେଲଗୁ ଦେଶମ ପାର୍ଟି ୨୦୧୪ରେ ନିଜର ନିର୍ବାଚନୀ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲେ । ଯାହା ଏବେ ପୂରଣ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଆନ୍ଧ୍ର ସରକାର । ଏହାସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବେକାର ଯୁବକ ଯୁବତୀଙ୍କୁ ବେରୋଜଗାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବା ସହ ଆଲୋଚନା ମଧ୍ୟ କରିବେ ।