ପାଖରେ ଟଙ୍କା ନଥିଲା ! ହାତରେ ଲେଖିଲେ ନିଜ ବାୟୋଡାଟା ଆଉ ବଦଳିଗଲା ଯୁବକଙ୍କ ଭାଗ୍ୟ

ନିଜ ବାୟୋଡାଟାକୁ ହାତରେ ଲେଖିଲେଯୁବକ !

179

କନକ ବ୍ୟୁରୋ : ଆଜିକା ସମୟରେ ଯେଉଁ ପରିମାଣରେ ରୋଜଗାର ବଢିବାରେ ଲାଗିଛି ଠିକ ସେହିପରି ଭାବରେ ବେରୋଜଗାର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆର୍ଜେଣ୍ଟିନାରେ ରହୁଥିବା ଜଣକ ଯୁବକଙ୍କୁ ଏକ ଚାକିରୀର ଅନୁସନ୍ଧାନ ଥିଲା । କିନ୍ତୁ ପାଖରେ ଟଙ୍କା ନଥିଲା ତେଣୁ ସେ ନିଜର ବାୟୋଡାଟା ଅର୍ଥାତ୍ ରିଜ୍ୟୁମର ପ୍ରିଣ୍ଟବାହାର କରିବା ପାଇଁ ସେ ସକ୍ଷମ ନଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ସେ ନିଜ ହାତରେ ରିଜ୍ୟୁମ ଲେଖିଲେ ଓ ପରେ ତାହାକୁ ନିଜ ଫେସବୁକରେ ପୋଷ୍ଟ ମଧ୍ୟ କରିଥିଲେ ।

ତେବେ ସେ ଯେଉଁସ୍ଥାନରେ ଏହାକୁପ ଦାଖଲ କରିଥିଲେ ତାହାର ଜଣେ ଅଧିକାରୀ କହିଛନ୍ତି ଯେ, ଚାକିରୀ ପାଇଁ ଅନେକ ସିଭି ଆମ ପାଖକୁ ଆସିଥାଏ କିନ୍ତୁ ଜଣେ ନିଜ ହାତ ଲେଖା ସିଭି ଦେଖିଥିଲି । ଏହାପରେ ମୋ ଧ୍ୟାନ ଆକର୍ଷଣ କରିଥିଲା । ଟଙ୍କା ଅଭାବ କାରଣରୁ ଏପରି ହୋଇଥିବା ସନ୍ଦେହ କରିଥିଲି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସେ ଯେଉଁ ସିଭି ଦେଇଥିଲେ ତାହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖାଯାଇଥିଲା । ଏହାସହ ସେହି ସିଭିରେ ୨ଟି କଲମ ବ୍ୟବହାର ହୋଇଥିବା ସେ କହିଛନ୍ତି । ତେବେ ସିଭି ପକାଇବା ବେଳେ ସେ ଭାବିଥିଲେ ଯେ, ଅବଶ୍ୟ ମୋ ପାଖରେ ପ୍ରିଣ୍ଟି ନାହିଁ ।

ହେଲେ ହାତରେ ପ୍ରସ୍ତୁତ କରିଥିବା ସିଭି ନିଶ୍ଚିୟ ଭାବରେ ଉତ୍ତମ ରହିବ ବୋଲି ସେ କହିଛନ୍ତି । କିନ୍ତୁ ମତେ ଖରାପ ଲାଗିଥିଲା ଯେ, ମୋ ପାଖରେ ପ୍ରିଣ୍ଟ ବାଲା ସିଭି ନଥିଲା କିନ୍ତୁ ମୁଁ ନିରାଶ ହୋଇନଥିବା ସେ କହିଛନ୍ତି । ସିଭି ଦାଖଲ କରିବା ସମୟରେ ତଳେ ଲେଖିଥିଲି ଯେ, ମୁଁ ମୋ ନିଜ ହାତରେ ଏହାକୁ ତିଆରି କରିଛି । ଏହି ସିଭି ସେଶିଆଲ ମିଡିଆରେ ଛଡାଯିବା ପରେ ୧୦ ହଜାରରୁ ଅଧିକ ଶେୟାର ହୋଇଥିବା ବେଳେ ପାଖାପାଖି ୧୯ ହଜାର ଲୋକ ଏହାକୁ ଲାଇକ କରିଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ଏହି ଖବର ଟିଭି ନ୍ୟୁଜରେ ମଧ୍ୟ ପ୍ରସାରଣ ହୋଇଥିଲା । ତେବେ ଏହାକୁ ନେଇ ବର୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି ଯେ, ଇଚ୍ଛା ଥିଲେ ନିଶ୍ଚିୟ ସଫଳତା ମିଳିବ ।