ଖୁସିଖବର ! ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଏହି କମ୍ପାନୀ ସହ ଚୁକ୍ତି କଲେ ସରକାର । ବିଦେଶରେ ମଧ୍ୟ ପାଇପାରିବେ ନିଯୁକ୍ତି ସୁଯୋଗ

308

ମୋଦି ସରକାର ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସବୁ ପ୍ରୟାସ କରୁଛି । ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ତଥା ତାଙ୍କର କୌଶଳ ବିକାଶ କରିବା ପାଇଁ ସରକାର ମାରୁତି ସୁଜୁକି ସହିତ ଏକ ଚୁକ୍ତିି କରିଛନ୍ତି, ଯାହା ଜରିଆରେ ଲକ୍ଷ ଲକ୍ଷ ଯୁବକଙ୍କୁ ଟ୍ରେନିଙ୍ଗ ଦିଆଯିବ ।

ଏହି ଚୁକ୍ତିରେ କେନ୍ଦ୍ରୀୟ ଗ୍ରାମ୍ୟ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଉପସ୍ଥିତିରେ ହସ୍ତାକ୍ଷର କରାଯାଇଛି । ଚୁକ୍ତି ଅନୁସାରେ, ମାରୁତି କମ୍ପାନୀ ଦୀନ ଦୟାଲ କୌଶଳ ବିକାଶ ଯୋଜନା ଅଧିନରେ ୨ବର୍ଷରେ ସର୍ବନିମ୍ନ ୫ହଜାର ଗ୍ରାମାଂଚଳ ଯୁବକଙ୍କ କୌଶଳର ବିକାଶ କରାଇବ ଓ ତାଙ୍କୁ ରୋଜଗାରଯୋଗ୍ୟ ବନାଇବ । ଏହି ପ୍ରଶିକ୍ଷଣ ଦ୍ୱାରା ଗ୍ରାମାଂଚଳ ଯୁବକଙ୍କୁ ବଜାରର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯିବ ।

କୌଶଳ ବିକାଶ ପରେ ଉଦ୍ୟୋଗ ଜଗତର କମ୍ପାନୀଗୁଡିକ ଟ୍ରେନିଙ୍ଗ ଦେଇ ଲୋକଙ୍କୁ ରୋଜଗାରମୁଖୀ କରାଇବ ତଥା ତାଙ୍କୁ ବିଦେଶରେ ମଧ୍ୟ ନିଯୁକ୍ତି ମିଳିପାରିବ । ତାଙ୍କ କ୍ୟାରିୟର ବିକସିତ ହୋଇପାରିବ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୌଶଳ ଯୋଜନା ଅଧିନରେ ବେକାରୀ ଓ ଅସଙ୍ଗଠିତ ଲୋକଙ୍କୁ ଟ୍ରେନିଙ୍ଗ ଦେବା ପାଇଁ କୌଶଳ ବିକାଶ ନାମରେ କାର୍ଯ୍ୟକ୍ରମ ଚଲାଉଛନ୍ତି ।