ଗିରଫ ହେଲା ଅଣ୍ଡର ୱାର୍ଲଡର ଡନ ଛୋଟା ସକିଲର ଭାଇ ଅନୱାର୍ ! ପାକିସ୍ତାନୀ ପାସପୋର୍ଟ ଜରିଆରେ ଯାତ୍ରା କରୁଥିବା ବେଳେ ଧରିଲା ପୋଲିସ । 

ଅଣ୍ଡର୍ ଓ୍ଵାର୍ଲଡ୍ ଗ୍ୟାଙ୍ଗଷ୍ଟର୍ ଛୋଟା ଶକିଲର ଭାଇ ଅନଓ୍ଵାର୍ ବାବୁ ଶେଖ୍ ଓରଫ୍ ଶିବାଙ୍କୁ ଶୁକ୍ରବାର ଦିନ ଆବୁଧାବି ବିମାନ ବନ୍ଦରରେ ଅଟକ ରଖାଯାଇଥିବା ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ।

885
ଅଣ୍ଡର୍ ଓ୍ଵାର୍ଲଡ୍ ଗ୍ୟାଙ୍ଗଷ୍ଟର୍ ଛୋଟା ଶକିଲର ଭାଇ ଅନଓ୍ଵାର୍ ବାବୁ ଶେଖ୍ ଓରଫ୍ ଶିବାଙ୍କୁ ଶୁକ୍ରବାର ଦିନ ଆବୁଧାବି ବିମାନ ବନ୍ଦରରେ ଅଟକ ରଖାଯାଇଥିବା ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ। ଅନଓ୍ଵାର୍ କରାଚିର ଜିନ୍ନା ଇଣ୍ଟରନ୍ୟାସନାଲ୍ ବିମାନ ବନ୍ଦରରୁ ପାକିସ୍ତାନୀ ପାସପୋର୍ଟ ଜରିଆରେ ଯାତ୍ରା କରୁଥିବା ବେଳେ ପାସପୋର୍ଟକୁ ଜାଲ୍ ବୋଲି ସନ୍ଦେହ କରି ତାଙ୍କୁ ଅଟକ ରଖାଯାଇଥିଲା। ଏହାକୁ ମିଶାଇ ତୃତୀୟ ଥର ଲାଗି ୪୬ ବର୍ଷିୟ ଅନଓ୍ଵାରଙ୍କୁ ଆବୁଧାବିରେ ଅଟକ ରଖାଯାଇଛି। ୨୦୦୦ ମସିହାରେ ସେ ଭାରତରୁ ଖସି ପଳାଇବା ପରେ ଇଣ୍ଟରପୋଲ୍ ଜାରି କରିଥିବା ରେଡ୍ ନୋଟିସ୍ ଅନୁସାରେ, ସେ ଅପରାଧିକ ଷଡ଼ଯନ୍ତ୍ର, ଭାରତ ବିରୋଧରେ ଯୁଦ୍ଧ କରିବାକୁ ଉଦ୍ୟମ ବା ଯୁଦ୍ଧ କରିବାକୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ଆଦି ଚାର୍ଜ କରାଯାଇଥିଲା। ପାକିସ୍ତାନର ଆଇଏସଆଇ ସହାୟତାରେ ସମ୍ପ୍ରତି ଅନଓ୍ଵାର୍ କରାଚିର କ୍ଲିଫଟନ୍ ଅଞ୍ଚଳରେ ବସବାସ କରୁଛି।

ଶକୀଲଙ୍କ ସହଯୋଗୀ ଫହିମା ଅହମଦ୍ ଓରଫ୍ ମଚମଚ୍ ମଧ୍ୟ ତାଙ୍କ ସହ ଅଟକ ଥିବା କଥା ଗୁଜବ ଉଠିଛି, କିନ୍ତୁ ଅଧିକାରୀମାନେ ଏ କଥା ଅସ୍ୱୀକାର କରିଛନ୍ତି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଅନଓ୍ଵାର୍ଙ୍କୁ ବାହାର କରିବାକୁ ଶକୀଲ ଦୁବାଇ ଏକ ଆଇନ୍ ପ୍ରତିଷ୍ଠାନରୁ ଦୁଇ ଜଣ ଓକିଲଙ୍କୁ ପଠାଇଛନ୍ତି।
ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କହିଛନ୍ତି: ଅନଓ୍ଵାରଙ୍କ ଅଟକ ସଂକ୍ରାନ୍ତରେ ଇଣ୍ଟରପୋଲ୍ ଏବଂ ସିବିଆଇ ୟୁଏଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବେ ବୋଲି ଆମେ ଆଶା କରୁଛୁ। ସୂଚନା ପାଇବାକୁ ଆମେ ୟୁଏଇ ଅଧିକାରୀଙ୍କ ନିକଟକୁ ଇ-ମେଲ୍ କରିଛୁ। ସୂଚନା ପାଇବା ପରେ ରେକର୍ଡରୁ ଆମେ ଅନଓ୍ଵାରଙ୍କ ଫାଇଲ୍ ବାହାର କରି ଆଣିବୁ।

Comments are closed.