ତିହାର ଜେଲରେ ଥିବା କଏଦୀଙ୍କ ସାଂଘାତିକ ଅଭିଯୋଗ । କହିଲେ, ଗରମ ମେଟାଲ ରଖି ଚେଙ୍କ୍ ଦେଲେ, ମୋ ପିଠିରେ ଓମ୍ ଲେଖିଲେ ଜେଲର ।

201

ଦିଲ୍ଲୀର ତିହାର ଜେଲରେ ପୋଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତିହାର ଜେଲରେ ଜଣେ ମୁସଲିମ କଏଦୀଙ୍କ ପିଠିରେ ଓମ ଲେଖାଥିବା ଟାଟୁ ଅଙ୍କିତ କରାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି ପୀଡିତ ବ୍ୟକ୍ତି ଜଣକ ଏହି ମାମଲାର ଅଭିଯୋଗ ଥାନାରେ କରିଛନ୍ତି । ପୀଡିତ ବ୍ୟକ୍ତିଙ୍କ ନାଁ ସବୀର ବୋଲି ଜଣାପଡିଛି ।

ସବୀରଙ୍କ ଓକିଲଙ୍କ କହିବା ଅନୁଯାୟୀ, ସବୀରଙ୍କ ରହୁଥିବା ବାରାକରେ ଇଣ୍ଡକସନ ଚୁଲା କାମ କରୁନଥିଲା । ଏନେଇ ଜେଲ ଅଧିକ୍ଷୀକଙ୍କ ନିକଟରେ ସବୀର ଅଭିଯୋଗ କରିଥିଲେ । ତେବେ ଜେଲ ଅଧିକ୍ଷୀକ ରାଜେଶ ଚୌହାନ ସବୀର କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ମାଡ ମାରିଥିଲେ । ଏପରିକି ଏକ ଓମ ଚିହ୍ନ ଥିବା ମେଟାଲକୁ ଗରମ କରି ସବୀରଙ୍କ ପିଠିରେ ରଖିଥିଲେ । ଯାହା ପରବର୍ତ୍ତୀ ସମୟରେ ଯୁବକଙ୍କ ପିଠିରେ ଘା ହୋଇଯାଇଥିଲା । ଆଉ ଘା ଭଲ ହୋଇଯିବା ପରେ ଏହି ଓମ ଚିହ୍ନ ତାଙ୍କ ପିଠିରେ ରହି ଯାଇଥିଲା ।

ଏପରିକି ଯୁବକଙ୍କୁ ଦୁଇ ଦିନ ଉପାସ ରଖି ନବରାତ୍ର ବତ୍ର ରଖିବାକୁ କୁହାଯାଇଥିଲା । ଏପରିକି ଅନ୍ୟ ଧର୍ମର ହୋଇଥିବାରୁ ତାଙ୍କୁ ଗାଳି ମଧ୍ୟ ଦିଆଯାଉଥିଲା । କୋର୍ଟରେ ଏହି କେସ ପହଞ୍ଚିବା ପରେ ବିଚାରପତି ସବୀରଙ୍କ ପିଠି ଦେଖିବା ସହ ତିହାର ଜେଲ ପ୍ରଶାସନକୁ ନୋଟିସ ମଧ୍ୟ ଜାରି କରିଥିଲେ । ତେବେ ଜେଲ ପ୍ରଶାସନ ପକ୍ଷରୁ କେହି କୋର୍ଟରେ ପହଞ୍ଚିନଥିଲେ । ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ସୋମବାର ଦିନ ହେବ ।