ନକଲି ପାସପୋର୍ଟ ମାମଲାରେ ଅଣ୍ଡର ୱାଲ୍ଡ ଡନ୍ ଛୋଟା ରାଜନଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ !

18

କନକ ବ୍ୟୁରୋ : ନକଲି ପାସପୋର୍ଟ ମାମଲାରେ ଅଣ୍ଡର ୱାଲ୍ଡ ଡନ୍ ଛୋଟା ରାଜନଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି ପଟିଆଲ ହାଉସ୍ କୋର୍ଟ । ତାଙ୍କ ବ୍ୟତୀତ ଆଉ ତିନି ଜଣଙ୍କୁ ମଧ୍ୟ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ବାଙ୍ଗାଲୋର ନକଲି ପାସ୍ପୋର୍ଟ ମାମଲାରେ ଛୋଟା ରାଜନଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ବି କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ଏହି ମାମଲାରେ ତିନି ଜଣ ସରକାରୀ କର୍ମଚାରୀ ବେଲ ପାଇ ବାହାରେ ଥିବା ବେଳେ ଅଣ୍ଡର ୱାଲ୍ଡ ଡନ୍ ଛୋଟା ରାଜନ୍ ଏବେ ପୁଲିସ ହେପାଜତରେ ଜେଲରେ ଅଛନ୍ତି ।