କଟକ : ଚିକିତ୍ସାଧୀନ ଅବସ୍ଥାରେ ବଡ ମେଡିକାଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ

24

କନକ ବ୍ୟୁରୋ : ଆଜି କଟକ ବଡ ମେଡିକାଲରେ ଜଣେ ବିଚାରଧୀନ କଏଦିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଟକ ପିଲିଗ୍ରାମ୍ ରୋଡ୍ ଅଂଚଳର ସରୋଜ ଦାସ । ସେ ଚୌଦ୍ୱାର ଜେଲରେ ବିଚାରଧୀନ କଏଦୀ ଭାବେ ଜେଲଦଣ୍ଡ ଭୋଗୁଥିଲେ । ତେବେ ସରୋଜଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଜେଲ କର୍ମଚାରୀଙ୍କ ନିର୍ଯାତନାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ସରୋଜଙ୍କ ପତ୍ନୀଙ୍କ ଅଭିଯୋଗ ପୁରେ ଜେଲ କର୍ତ୍ତୃପକ୍ଷ ହରଡଘଣାରେ ପଡିଛନ୍ତି । ଜେଲ କର୍ତ୍ତୃପକ୍ଷ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି, ଅତ୍ୟଧିକ ଶାରିରୀକ ଦୁର୍ବଳତା ଯୋଗୁଁ କଏଦୀ ସରୋଜ ଦାସଙ୍କ ମୃତ୍ୟୁ ହୋଇଛି ।