ଆୟତ ହେଲା ରୁଖୀ ପାହାଡ ନିଆଁ

33

ନୟାଗଡ : ଦୀର୍ଘ ଘଂଟାର ପରିଶ୍ରମ ପରେ ନୟାଗଡ ରୁଖୀ ପାହାଡରେ ନିଆଁକୁ ଆୟତ କରିଛି ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ନିଆଁକୁ ଆୟତ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ବନ୍ୟ ସଂରକ୍ଷକ ସୁରେଶ ହୋତା । ପ୍ରାୟ ୧୦୦ ଜଣ ବନ କର୍ମଚାରୀ ଓ ସ୍ୱେଚ୍ଛାସେବୀ ରାତିତମାମ ନିଆଁକୁ ଆୟତ କରିବାରେ ନିୟୋଜିତ ଥିଲେ । ପାହାଡ ନିକଟରେ ପୁରୁଣା ସହର ଥିବାରୁ ଭୟଭିତ ହୋଇପଡିଥିଲେ ଲୋକେ । ଜନବସତି ଆଡକୁ ନିଆଁ ବ୍ୟାପିବା ଆଶଙ୍କାରେ ଦମକଳ ବାହିନୀକୁ ପ୍ରସ୍ତୁତ ରଖାଯାଇଥିଲା । ପାହାଡର ଚାରି ଦିଗକୁ ନିଆଁ ବ୍ୟାପୁଥିବାରୁ ଏହା ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ଦେଖାଦେଇଥିଲା । ତେବେ ଛୋଟଛୋଟ ଟିମରେ ବିଭକ୍ତ ହୋଇ ବିଭିନ୍ନ ଦିଗରୁ ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ ବନ କର୍ମଚାରୀ । ପାହାଡରେ ଥିବା ବନ୍ୟଜନ୍ତୁ ଓ ମୂଲ୍ୟବାନ ଗଛର କ୍ଷୟକ୍ଷତି ନେଇ ଆକଳନ କରାଯାଇ ନାହିଁ ।