ବାଲାଂଦେଶକୁ ମାତ୍ ଦେଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ! ଜୁନିୟର ବିଶ୍ୱକପ ଫାଇନାଲ ଟିକେଟ ପାଇଁ ପାକିସ୍ତାନ ସହ ହେବ ଲଢେଇ

40

କ୍ୱାର୍ଟର ଫାଇନାଲରେ ବାଲାଂଦେଶକୁ ମାତ ଦେଇ ୧୯ ବର୍ଷରୁ କମ ଜୁନିୟର ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲରେ ୧୩୧ ରନରେ ବାଲାଂଦେଶକୁ ପରାସ୍ତ କରିଛି ଭାରତ । ଏହାସହ ୭ ଥର ପାଇଁ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ । ସେମିଫାଇନାଲ ମୁକାବିଲାରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ହାଇଭୋଲଟେଜ ମୁକାବିଲା ଜାନୁୟାରୀ ୩୦ରେ ହେବ । ଫାଇନାଲ ଟିକେଟ ହାତେଇବା ପାଇଁ ଉଭୟ ଭାରତ-ପାକିସ୍ତାନ ମଧ୍ୟରେ ହେବ ଜବରଦସ୍ତ ମୁକାବିଲା ।

Jun-03-2017-17_09_09_s2ତେବେ କୁଇନ୍ସଟାଉନରେ ଖେଲାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶୁଭମ ଗିଲଙ୍କ ଧୂଆଁଧାର ୮୬ ଓ ଅଭିଷେକ ଶର୍ମାଙ୍କ ଦମଦାର ୫୦ ରନ ବଳରେ ୨୬୫ ରନ କରିଥିଲା । ୨୬୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ବାଲଂଦେଶ ଦଳ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲେ । ବାଲାଂଦେଶର କୌଣସି ବ୍ୟାଟସମ୍ୟାନ କ୍ରିଜରେ ବେଶି ସମୟ ତିଷ୍ଠି ପାରିନଥିଲେ । ଯାହାର ଫାଇଦା ଉଠାଇଥିଲା ଭାରତ । ୪୨.୧ ଓଭରରେ ୧୩୪ ରନରେ ବାଲାଂଦେଶକୁ ଅଲଆଉଟ କରି ୧୩୧ ରନରେ ବିଜୟ ହାସଲ କରି ସେମିଫାଇନାଲ ଟିକେଟ ହାସଲ କରିଥିଲା । ଭାରତ ପକ୍ଷରୁ କମଲେସ ନାଗରକୋଟି ତିନି ୱିକେଟ ପାଇଥିବା ବେଳେ ଅଭିଷେକ ଓ ଶିବମ ମାବି ଦୂୁଇଟି ଲେଖାଏଁ ୱିକେଟ ନେଇ ବାଲାଂଦେଶକୁ ପରାଜୟର ରାସ୍ତା ଦେଖାଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଜୁନିୟର ବିଶ୍ୱକପର ପ୍ରଥମ ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ସେହିଭଳି ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବେ । ଏହି ହାଇଭୋଲଟେଜ ମ୍ୟାଚଟି ଜାନୁଆରୀ ୩୦ରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ ।