ରାଗିଗଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ! ରାଜ୍ୟ ମନ୍ତ୍ରୀଙ୍କ ଉପଦେଶରେ କେନ୍ଦ୍ରମନ୍ତ୍ରୀଙ୍କ ଇଗୋ ହର୍ଟ

40

କେନ୍ଦ୍ରମନ୍ତ୍ରୀଙ୍କ ଏ କି ବ୍ୟବହାର । କର୍ଣ୍ଣାଟକ କୋଡାଗୁ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଗି ଗଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସୂଚନା ମୁତାବକ ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କର୍ଣ୍ଣାଟକର କୋଡାଗୁ ଜିଲ୍ଲା ଗସ୍ତ କରିଥିଲେ । ସେଠାରେ ରାଜ୍ୟ ମନ୍ତ୍ରୀ ସା-ରା ମହେଶଙ୍କ ଉପରେ ହଠାତ୍ ରାଗିଗଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରାମ । ତେବେ କାହିଁକି ରାଗିଗଲେ ନିର୍ମଳା ତାହାର ଟିକ ନିକ ଘଟଣା କ୍ରମ କ୍ୟାମେରାରେ କଏଦ ହୋଇଛି । ଯାହାକୁ ନେଇ ଏବେ ରାଜନୀତି ସରଗରମ ।

ତେବେ କୋଡାଗୁ ଜିଲ୍ଲାରେ ଭୁସ୍ଫଳନ ଏବଂ ବନ୍ୟା ପ୍ରଭାବରେ ୧୬ ରୁ ୧୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଏଭଳି ସ୍ଥିତିରେ ଭାରତୀୟ ସେନାମାନଙ୍କର ଉଦ୍ଧାରକାର୍ଯ୍ୟ କିଭଳି ରହିଛି ଏବଂ କ’ଣ ସୁଧାର ଆସିଛି ଏନେଇ ସମ୍ପୂର୍ଣ୍ଣ ରିପୋର୍ଟ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ ଥିଲା । ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ହେବାରୁ ରାଜ୍ୟ ମନ୍ତ୍ରୀ ସା-ରା ମହେଶ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳାଙ୍କୁ ସମ୍ବାଦିକ ସମ୍ମିଳନୀକୁ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ ।

କିନ୍ତୁ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ହଠାତ୍ ରାଜ୍ୟ ମନ୍ତ୍ରୀ ସା-ରା ମହେଶଙ୍କ ଉପରେ ରାଗି ଯାଇ ନିଜ ଆପାତ ହରାଇ ରାଜ୍ୟ ମନ୍ତ୍ରୀ ସା-ରା ମହେଶଙ୍କ ଉପରେ ବର୍ଷି କହିଥିଲେ ଯେ, “ମୁଁ କେନ୍ଦ୍ରମନ୍ତ୍ରୀ କିନ୍ତୁ ଜଣେ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀର ଉପଦେଶ ପାଳନ କରୁଛି । ଯାହା କେବେ ବିଶ୍ୱାସ କରି ହେବନି, ପ୍ରତି ମିନିଟ୍ ରେ ଜଣେ ରାଜ୍ୟ ମନ୍ତ୍ରୀର କାର୍ଯ୍ୟକ୍ରମ ମୁତାବକ ମୁଁ ଜିଲ୍ଲାର ସ୍ଥିତି ସମୀକ୍ଷା ପାଇଁ ସମୟ ଦେଉଛି । ଯେଉଁଭଳି ଅଫିସିଆଲ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ସେଇଭଳି ମୋ ପରିବାର ବି ଗୁରୁତ୍ୱପୂର୍ଣ୍ଣ” ବୋଲି କେନ୍ଦ୍ର ରକ୍ଷାମନ୍ତ୍ରୀ ସୀତରମଣ ତାତ୍ସଲ୍ୟ କରି କହିଥିଲେ । ତେବେ ଏଭଳି ଅସହାୟ ଏବଂ କ୍ରୋଧିତ ରୂପ ହୁଏତ ନିଜର କ୍ଷମତାର ବଶବର୍ତ୍ତି ହୋଇ କ୍ୟାମେରା ସମ୍ମୁଖରେ ଦର୍ଶାଇଥିଲେ । ଜଣେ ରାଜ୍ୟ ମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ତାଙ୍କ କ୍ଷମତାକୁ କ୍ଷୂର୍ଣ୍ଣ କରିଥିବା ବୋଧ ହୁଏ ତାଙ୍କ ଇଗୋ ହର୍ଟ କରିଛି । ଯହାକୁ ନେଇ ରାଗରେ ଜର୍ଜରିତ ହୋଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ।