ସର୍ବସମ୍ମତି କ୍ରମେ ଉତ୍ତର କୋରିଆ ଉପରେ କଠୋର କଟକଣା ଲାଗୁ କଲା ଜାତିସଂଘ

37

କନକ ବ୍ୟୁରୋ: ଜାତିସଂଘର ନିରାପତ୍ତା ପରିଷଦ ସର୍ବସମ୍ମତିକ୍ରମେ ଉତ୍ତର କୋରିଆ ପ୍ରତି କଟକଣା କଠୋର କରିବା ପାଇଁ ଆମେରିକାରର ଏକ ଡ୍ରାଫ୍ଟ ରିଜୋଲ୍ୟୁସନକୁ ସମର୍ଥନ କରିଛି । ପାୟୋଙ୍ଗୟାଙ୍ଗର ବାର୍ଷିକ ୧ ବିଲିୟନ୍ ଆମେରିକୀୟ ଡଲାରରୁ ବଞ୍ଚିତ କରିବ ଏହି ରପ୍ତାନୀ ନିଷିଦ୍ଧ ଜନିତ କଟକଣା ।

ଏହି ପ୍ରସ୍ଥାବନା କୋଇଲା, ଲୁହା, ଲୌହପିଣ୍ଡ, ସୀସା, ସୀସାପିଣ୍ଡ, ମାଛ ଏବଂ ସାମୁଦ୍ରିକ ଖାଦ୍ୟ ଆଦି ଉପରେ ନିଷେଧାଦେଶ ଜାରି କରୁଥିବାରୁ ଉତ୍ତର କୋରିଆର ବାର୍ଷିକ ଉପାର୍ଜ୍ଜନର ତିନି ଭାଗରୁ ଏକ ଭାଗ କମିଯିବ ।

ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହେଲି ପରିଷଦକୁ କହିଛନ୍ତି ଯେ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଥିବାରୁ ଉତ୍ତର କୋରିଆ ଉପରେ ଦଣ୍ଡବିଧାନ ସ୍ୱରୂପ ଏହି କଠୋର କଟକଣା ଲାଗୁ କରାଯାଉଛି । ଏ ସଂକ୍ରାନ୍ତରେ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍-ଉନଙ୍କୁ ବିଜ୍ଞପ୍ତି ଦିଆଯାଇଛି ।