ଉମରକୋଟରେ ଆପିଏଲ ବେଟିଂ ବେଳେ ପୁଲିସ ଚଢଉ, ୨ ବୁକି ଗିରଫ

34

ନବରଙ୍ଗପୁର :  ଆଇପିଏଲ୍ ମ୍ୟାଚ୍ କୁ ନେଇ ବେଟିଂ ।  ଉମରକୋଟରେ ବେଟିଂ ସୂଚନା ପାଇ ପୁଲିସ ଚଢ଼ାଉ କରି ୨ ଜଣ ବୁକିଙ୍କୁ ଗିରଫ କରିଛି । ଏଥସହ ୧୮ ଲକ୍ଷ ୮୦ ହଜାର ଟଙ୍କା, ୫ ମୋବାଇଲ ଫୋନ୍, ଲାପ୍ଟପ୍, ଟିଭି  ଓ କାଲକୁଲେଟþର ଜବତ କରିଛି । ଏବର୍ଷ ଆଇପିଏଲ ଆରମ୍ଭରୁ ନବରଙ୍ଗପୁରରେ କିଛି ବୁକି ସକ୍ରିୟ ହୋଇ ଉଠିଥିବା ଆଭାସ ପାଇଥିଲା  ପୁଲିସ । ଏହାପରେ ନିୟମିତ ଭାବେ ସେମାନଙ୍କୁ ଟ୍ରାକþ କରାଯାଇଥିଲା । ଗତକାଲି ଅତର୍କିତ ଭାବେ ଉମରକୋଟ ରାଇଘର ରୋଡ ଆଡ୍ଡାରେ ଚଢାଉ କରିଥିଲା  ପୁଲିସ । ରମିଜ ହିଙ୍ଗୋରା ଓ ଭି. ଶ୍ରୀନିବାସ ରାଓ ନାମକ ଦୁଇ ବୁକିଙ୍କୁ କାବୁ କରିଛି ପୁଲିସ  । ଏମାନଙ୍କୁ ପଚରା ଉଚରା କରି ଘଟଣାର ଚେର ଖୋଜିବା ପାଇଁ ଖୋଳତାଡ ଆରମ୍ଭ କରିଛି ।