ଉମରକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବାଇକ୍ ଆରୋହୀ ଗୁରୁତର, ଅଳ୍ପକେ ବର୍ତ୍ତିଲେ କାର୍ ଚାଳକ ।

152

କନକ ବ୍ୟୁରୋ: ବିଜେଡ଼ି ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଉମରକୋଟ ବିଜେଡ଼ି ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ସକାଳୁ ସକାଳୁ ରାଇଘର ଲାଲପାରା ପାଖରେ ଏକ ବାଇକ୍ କୁ ପିଟି ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଗଲା ବିଧାୟକଙ୍କ କାର୍ । ଏହା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଗୁରୁତର ହୋଇଥିବା ବାଇକ୍ ଆରୋହୀଙ୍କୁ ଉମରକୋଟ ମେଡ଼ିକାଲରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି ।

ସେପଟେ ବିଧାୟକଙ୍କ କାର ଚଳାଉଥିବା ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ବିଧାୟକ ସୁବାସ ଗଣ୍ଡ କାର୍ ଭିତରେ ନଥିଲେ ବୋଲି ଜଣାପଡ଼ିଛି । ଉପସ୍ଥିତ ଲୋକଙ୍କ ସହାୟତାରେ ବିଧାୟକଙ୍କ କାର୍ କୁ ଉଦ୍ଧାର କରାଯାଇଛି । ତେବେ ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି ।