ଆପଣ ବି ଗଣ୍ଠିଯନ୍ତ୍ରଣାରେ ପୀଡ଼ିତ କି ? ଜାଣନ୍ତୁ ଏହାର ଘରୋଇ ଉପଚାର . . . . .

41

ଆମ ଶରୀର ମାଂସପେଶୀ, ହାଡ଼, ଶିରାପ୍ରଶିରା ଆଦିକୁ ମିଶାଇ ତିଆରି । ସବୁ ଅଙ୍ଗପ୍ରତ୍ୟଙ୍ଗ ଭଲରେ କାମ କଲେ ହିଁ ଆମର ଜୀବନ ଭଲରେ ଚାଲିବ । ମଣିଷର ଶରୀର ମୁଖ୍ୟତଃ ପ୍ରୋଟିନରେ ତିଆରି ହୋଇଥାଏ, ଯାହା ବସୟ ଶେଷ ହେବା ସଙ୍ଗେ ସଙ୍ଗେ ଶେଷ ହୋଇଯାଏ । ଆମ ହାଡ଼ରେ ଥାଏ କ୍ୟାଲସିୟମ୍ ଯାହା ବସୟ ବଢ଼ିବା ସଙ୍ଗେ ସଙ୍ଗେ ନଷ୍ଟ ହେବାରେ ଲାଗେ ଏବଂ ହାଡ଼ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ । ଏହି ପ୍ରକାରେ ଆମର ମାଂସପେଶୀ ମଧ୍ୟ ବୟସ ହେବା ସଙ୍ଗେ ଖରାପ ହେବାରେ ଲାଗେ, ଯାହାଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୁଏ । ବୟସ୍କ ଲୋକଙ୍କୁ ଏହି ଅସୁବିଧା ହୁଏ,ଯାହାକୁ ଆର୍ଥରାଇଟିସ୍ କୁହାଯାଏ ।

ଆର୍ଥରାଇଟିସ ଯୋଗୁଁ ଲୋକଙ୍କୁ ଚଲାବୁଲା କରିବାରେ ବହୁତ କଷ୍ଟ ହୁଏ । ତେବେ ଏହି ସମସ୍ୟା ଜିନଗତ ମଧ୍ୟ ଥାଏ । ଏହା ବ୍ୟତୀତ ଆଜିକାଲିର ବିଶୃଙ୍ଖଳ ଜୀବନଶୈଳୀ ମଧ୍ୟ କିଛିକାଂଶରେ ଏହି ସମସ୍ୟା ପାଇଁ ଦାୟୀ । ତେବେ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା ପାଇବାପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି । ଗଣ୍ଠି ଯନ୍ତ୍ରଣା ପାଇଁ କାକୁଡ଼ି ଓ ହଳଦୀର ଜୁସ୍ ବହୁତ ଲାଭକାରୀ ।

ଆସନ୍ତୁ ଜାଣିବା କାକୁଡ଼ି ଓ ହଳଦୀକୁ କିପରି ବ୍ୟବହାର କରିବେ –
ଗଣ୍ଠିଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ସର୍ବପ୍ରଥମେ ଏକ କାକୁଡ଼ି ଓ ହଳଦୀର ମୂଳକୁ ନେଇ ବାଟି ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ଦିନରେ କମରୁ କମ ୨ ଥର ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କୁ ଗଣ୍ଠି ଯନ୍ତ୍ରଣାରୁ ନିଶ୍ଚୟ ମୁକ୍ତ ମିଳିବ ।