ଏପିଜେ ଅବଦୁଲ୍ କଲାମଙ୍କ ନାଁରେ ନାମିତ ହେବ ଉତ୍ତରାଖଣ୍ଡ ସଚିବାଳୟ

35

ଉତ୍ତରାଖଣ୍ଡ ସରକାର ରାଜ୍ୟ ସଚିବାଳୟର ମୁଖ୍ୟ କୋଠାର ନାମ ପୂର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ନାଁ ରେ ନାମିତ କରିବା ପାଇଁ ବିଚାର କରୁଛି । ରାଜ୍ୟ ସଚିବାଳୟ ତରଫରୁ ଜାରି ଅଧିକାରୀଙ୍କ ମତାନୁସାରେ ଏହି ଖବର ମିଳିଛି । ଏହାପୂର୍ବରୁ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମରେ ଏହା ବିଷୟରେ କହିଥିଲେ ।

ଖାଲି ଏତିକି ନୁହେଁ ଏହାସହ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି , ସଚିବାଳୟ କଂପ୍ଲେକ୍ସରେ ଥିବା ସେକ୍ରେଟରୀ ବ୍ଲକ୍ ର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ହେବ । ଏହିପରି ପଶ୍ଚିମ ବ୍ଲକ୍ ରେ ଥିବା ଏସବିଆଇ ବିଲ୍ଡିଂ ର ନାମ ସୋବନ ସିଂହ ଜିନା ଓ ଏଫଆରଡିସି ବିଲ୍ଡିଂର ନାମ ଦେବେନ୍ଦ୍ର ଶାସ୍ତ୍ରୀଙ୍କ ନାମରେ ନାମିତ ହେବ ।

ସୂଚନା ଏହି ଯେ, ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ସହ ଅନେକ ସ୍ଥାନରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନଗୁଡିକର ନାଁ ଏପିଜେ ଅବଦୁଲ୍ କଲାମଙ୍କ ନାଁରେ ନାମିତ କରାଯାଇଛି । ଗତ ବର୍ଷ ଦିଲ୍ଲୀରେ ଔରଙ୍ଗଜେବ୍ ରୋଡ଼ର ନାମ କଲାମ ରୋଡ଼ ରଖାଯାଇଥିଲା ଏହାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା ।
(ସୌଜନ୍ୟ- ଇଣ୍ଡିଆ ଟୁଡେ)