ବିଜୟ ମାଲ୍ୟାଙ୍କୁ ଝଟକା ! ଲଣ୍ଡନ କୋର୍ଟରେ ଖାରଜ ହେଲା ଭାରତକୁ ପ୍ରତ୍ୟାର୍ପଣ ବିରୋଧରେ କରିଥିବା ଆବେଦନ ।

101

ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନରେ ଆଉ ଏକ ଝଟକା ଲାଗିଛି । ଭାରତକୁ ତାଙ୍କ ପ୍ରତ୍ୟାର୍ପଣ ଲାଗି ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଲଣ୍ଡନର ଏକ ହାଇକୋର୍ଟ । ଆଜି ମାଲ୍ୟାଙ୍କର ଲିଖିତ ଆବେଦନ ଖାରଜ ହୋଇଥିବାବେଳେ ବାଚନିକ ପକ୍ଷ ରଖିବାକୁ ତାଙ୍କୁ ୩୦ ମିନିଟ ସମୟ ଦିଆଯିବ । ଅନ୍ୟପକ୍ଷରେ ହାଇକୋର୍ଟରେ ମାମଲା ହାରିବା ସତ୍ତ୍ବେ ବିଜୟ ମାଲ୍ୟାଙ୍କୁ ନିକଟ ଭବିଷ୍ୟତରେ ଭାରତ ଅଣାଯିବାର ସମ୍ଭାବନା କମ । କାରଣ ହାଇକୋର୍ଟ ରାୟ ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟ ଯିବାର ସମ୍ଭାବନା ରହିଛି । ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ପାଇଁ ଅତି କମରେ ୬ ସପ୍ତାହ ସମୟ ଲାଗିପାରେ ।

ଗତ ଫେବ୍ରୁଆରୀ ମାସରେ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ରାୟ ଓ ବ୍ରିଟେନର ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରିକୁ ଚ୍ୟାଲେଞ୍ଜ କରି ମାଲ୍ୟ ବ୍ରିଟେନର ହାଇକୋର୍ଟକୁ ଯାଇଥିଲେ । ଗତବର୍ଷ ଡିସେମ୍ବର ୧୦ ତାରିଖରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟାଙ୍କୁ କିଙ୍ଗଫିସର ଋଣ ମାମଲାରେ ଭାରତକୁ ପ୍ରତ୍ୟର୍ପଣ ପାଇଁ ରାୟ ଦେଇଥିବାବେଳେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ୍ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଥିଲେ ।