ଆଜି ଆସିପାରେ ମାଲ୍ୟା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ : ୟୁକେ କୋର୍ଟ ଶୁଣାଇପାରନ୍ତି ପଳାତକ ମଦସମ୍ରାଟଙ୍କ ଭାରତ ପ୍ରତ୍ୟର୍ପଣ ନେଇ ନିଷ୍ପତ୍ତି

ପୂର୍ବରୁ ଭାରତୀୟ ଜେଲର ଅବସ୍ଥା ଭଲ ନଥିବା ଦର୍ଶାଇ ଏଡ଼ାଇଥିଲେ ଗିରଫଦାରୀ ।

73

କନକ ବ୍ୟୁରୋ : ଆଜି ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ରାୟ ଶୁଣାଇପାରନ୍ତି ୟୁକେ କୋର୍ଟ । ପଳାତକ ବ୍ୟବସାୟୀ ମଦସମ୍ରାଟ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ନେଇ ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ରାୟ । ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ସିବିଆଇ ଜୋରଦାର ପ୍ରସ୍ତୁତି କରିଥିବା ବେଳେ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ରହିଛି । ପୂର୍ବରୁ ଭାରତୀୟ ଜେଲ ଗୁଡ଼ିକର ଅବସ୍ଥା ଠିକ ନଥିବା ଯୁକ୍ତି ଦର୍ଶାଇ ଭାରତ ଆସିବାକୁ ଏଡ଼ାଇଥିଲେ ମାଲ୍ୟା । ତେବେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲର ମଧ୍ୟସ୍ଥି ମିଚେଲଙ୍କ ପ୍ରତ୍ୟର୍ପଣ ପରେ ମାଲ୍ୟା ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତୁତ ବୋଲି ଟ୍ୱିଟ୍ କରିଥିଲେ ।

୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି । ଆଜି ଏହି ମାମଲାର ଆସିବ ରାୟ ।