ଉଜ୍ଜଳା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ବିଜେଡିର ବର୍ଜନ

25

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ଉଜ୍ଜଳା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ବିଜେଡିର ବର୍ଜନ । ନିମନ୍ତ୍ରଣ ସତ୍ୱେ କାର୍ଯ୍ୟକ୍ରମରେ ଯୋଗ ଦେଲେ ନାହିଁ ବରଗଡ଼ ଏବଂ ସମ୍ବଲପୁର ସାଂସଦ । ସେହିପରି ନିମନ୍ତ୍ରଣ ନଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ହେଉଥିବା ଅଭିଯୋଗ କରିଛି ବିଜେଡି । ଦଳୀୟ କାର୍ଯ୍ୟକ୍ରମ ଭଳି ବିଜେପି ନେତାଙ୍କୁ ଗୁରତ୍ୱ ଦିଆଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡି ନେତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଉଜ୍ଜଳ ଯୋଜନା ସଂପୂର୍ଣ୍ଣ ଭାବରେ ସରକାରୀ କାର୍ଯ୍ୟକ୍ରମ । ଏଥିରେ ଦଳୀୟ ପତାକା କିମ୍ବା ଦଳୀୟ ନେତାଙ୍କୁ ଗୁରୁତ୍ୱ ଦିଆଯାଇନଥିବା ସେ କହିଛନ୍ତି । ସ୍ଥାନୀୟ ନେତା ଯୋଗ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି ।