ବଜାରକୁ ଆସିବ ଫୋଲ୍ଡ କରି ହେଉଥିବା ଇଲେକଟ୍ରିକ ସ୍କୁଟର ୟୁଜେଟ ! ଥରେ ଚାର୍ଜ କଲେ ଚାଲିବ ୧୫୦ କିଲୋମିଟର, ଓଜନ ମାତ୍ର ୩୨ କେଜି ।

37

ସାମ୍ନାକୁ ଆସିଲା ଏକ ନୂଆ ଧରଣର ଇଲେକଟ୍ରିକ ସ୍କୁଟର । ପ୍ରଥମଥର ପାଇଁ ଲଙ୍ଗଜବର୍ଗ କମ୍ପାନି ଫୋଲ୍ଡ ହୋଇ ଯାଉଥିବା ସ୍କୁଟର ନିର୍ମାଣ କରିଛି । ଏହାର ନାଁ ରହିଛି ୟୁଜେଟ । ୟୁଜେଟକୁ ଖୁବ ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ଏହାଛଡା ଏହି ସ୍କୁଟରକୁ ଅସିମେଟ୍ରିକ ଫ୍ରେମରେ ନିର୍ମାଣ କରାଯାଇଛି । ଏହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଓଜନ ମଧ୍ୟ ଅନ୍ୟ ଦୁଇ ଚକିଆ ଗାଡି ଠାରୁ ଅପେକ୍ଷାକୃତ ହାଲକା । ୩୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍କୁଟରକୁ ଫୋଲ୍ଡ କରି ଯେକୌଣସି ସ୍ଥାନକୁ ମଧ୍ୟ ନିଆଯାଇପାରିବ । ଏହି ସ୍କୁଟରକୁ ହାଲକା କରିବା ପାଇଁ ଚକାରେ ଅତ୍ୟାଧୁନିକ ଆଲୟ ହ୍ୱିଲ ଓ କାର୍ବନ ଫାଇବରର ରିମ ବ୍ୟବହାର କରାଯାଇଛି । ଏହି ଇଲେକଟ୍ରିକ ସ୍କୁଟରକୁ ୩ଟି ମୋଡରେ ଚଲାଇ ହେବ ।

new_13032_0b ujetୟୁଜେଟ ସ୍କୁଟରରେ ଦମଦାର ମୋଟର ମଧ୍ୟ ଲାଗିଛି । ଯାହା ୫.୪୪ ବିଏଚପି ଓ ୯୦ ଏନଏମର ଶକ୍ତି ପ୍ରଦାନ କରିଥାଏ । ୟୁଜେଟ ସ୍କୁଟରରେ ଦୁଇ ପ୍ରକାର ବ୍ୟାଟେରୀ ଦିଆଯାଇଛି । ଗୋଟିଏ ବ୍ୟାଟେରୀରେ ଗାଡି ୭୦ କିଲୋମିଟର ଚାଲୁଥିବା ବେଳେ ଅନ୍ୟ ଏକ ବ୍ୟାଟେରୀ ଚାର୍ଜ କଲେ ୧୫୦ କିଲୋମିଟର ଚାଲିଥାଏ । ଏହାଛଡା ଏହି ବ୍ୟାଟେରୀ ମଧ୍ୟ ଖୁବଶୀଘ୍ର ଚାର୍ଜ ହୋଇଥାଏ ।ମାତ୍ର ୨ ଘଣ୍ଟା ମଧ୍ୟରେ ଏହି ସ୍କୁଟରରେ ଲାଗିଥିବା ବ୍ୟାଟେରୀ ଫୁଲ ଚାର୍ଜ ହୋଇଥାଏ । ସ୍କୁଟରରେ ଲାଗିଥିବା ବ୍ୟାଟେରୀକୁ ଅନ୍ୟ କାଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏପରିକି ଏହାକୁ ପାୱାର ବ୍ୟାଙ୍କ ଭଳି ମଧ୍ୟ ବ୍ୟବହାର କରାଯାଇପାରିବ ।

ୟୁଜେଟ ସ୍କୁଟରରେ ଅତ୍ୟାଧୁନିକ ସୁବିଧା ରହିଛି ଯାହା ଅନ୍ୟ କୌଣସି ଗାଡିରେ ନାହିଁ । ଏହି ସ୍କୁଟରରେ ୩ଜି, ଜିପିଏସ, ବ୍ଲୁଟୁଥ ଭଳି ଅତ୍ୟାଧୁନିକ ସୁବିଧା ରହିଛି । କୌଣସି ସମସ୍ୟା ବିଷୟରେ ଜାଣିବା ପାଇଁ ସ୍କୁଟରରେ ଥିବା ଡିଜିଟାଲ ଉପକରଣ ସହ ମୋବାଇଲ ଡିଭାଇସ କନେକ୍ଟ କରି ଏହାର ସମସ୍ୟା ବିଷୟରେ ଜାଣିହେବ । କମ୍ପାନି ପ୍ରଥମେ ୨୦୧୭ରେ ଏହାକୁ ବଜାରକୁ ଆଣିଥିଲା । ଥରେ ଚାର୍ଜ କଲେ ୭୦ କିଲୋମିଟର ଯାତ୍ରା କରୁଥିବା ୟୁଜେଟ ସ୍କୁଟରର ମୂଲ୍ୟ ଭାରତରେ ୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଥରେ ଚାର୍ଜରେ ୧୫୦ କିଲୋମିଟର ଯାତ୍ରା କରୁଥିବା ୟୁଜେଟ ସ୍କୁଟରର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା । ଏବେ ବିଭିନ୍ନ ଏକ୍ସପୋରେ ୟୁଜେଟ ସ୍କୁଟରର ପ୍ରଦର୍ଶନ କରାଯାଉଛି । ତେବେ ପ୍ରଥମେ ୟୁରୋପରେ ୟୁଜେଟ ସ୍କୁଟର ବିକ୍ରି ହେବାକୁ ସ୍ଥିର କରାଯାଇଥିବା ବେଳେ ପରେ ଏସିଆର କିଛି ଦେଶ ଓ ଆମେରିକାରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି ।