ଆଧାର କାର୍ଡ ପାଇଁ ଆଉ ବନ୍ଦ ହେବ ନାହିଁ ପାଠପଢା ! ଏଣିକି ଆଧାର ନଥିଲେ ବି ସ୍କୁଲରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ,ୟୁଆଇଡିଏଆଇ ଜାରି ହେଲା ନୂଆ ଆଇନ୍ ।

38

‘ଆଧାର’ନମ୍ବର ଜାରି କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି କି କୌଣସି ସ୍କୁଲ୍ ଆଧାର ନ ଥିବା ହେତୁ କୌଣସି ଛାତ୍ରକୁ ନାମ ଲେଖାଇବାରୁ ବଞ୍ଚିତ କରିପାରିବେ ନାହିଁ। ପରିଚୟ ପତ୍ର ବାବଦକୁ ଅନ୍ୟ ଦସ୍ତାବିଜ ଗ୍ରହଣ କରାଯାଇ ପାରିବ । ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବାର ଅଧିକାର ଦିଆଯିବ ।

ସୂଚନା ମୁତାବକ, ଆଧାର କାର୍ଡ ନଥିବା କାରଣରୁ ସ୍କୁଲ କର୍ତୃପକ୍ଷ ପିଲାମାନଙ୍କୁ ସ୍କୁଲରେ ନାମ ଲେଖାଇବା ପାଇଁ ବାରଣ କରୁଛନ୍ତି । ଅନେକ ପିଲାଙ୍କ ପାଖରେ ଆଧାର କାର୍ଡ ନଥିବା କାରଣରୁ ସେମାନେ ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ପାଠ ପଢିବା ଛାତ୍ରଛାତ୍ରୀ ମାନଙ୍କ ଅଧିକାର । କେବଳ ସାମାନ୍ୟ ଆଧାର କାର୍ଡ ତାଙ୍କଠାରୁ ଏହି ଅଧିକାର ଛଡାଇ ନେଇପାରିବ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ୟୁଆଇଡିଏଆଇ ପକ୍ଷରୁ ସୂଚାଇ ଦିଆଯାଇଛି କି, ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀ ବି ସ୍କୁଲରେ ନାମ ଲେଖାଇ ପାରିବେ । ସାମାନ୍ୟ ଆଧାର କାର୍ଡ ପାଇଁ କୌଣସିବି ପିଲା ପାଠ ପଢାରୁ ବଞ୍ଚିତ ହେବେ ନାହିଁ ।

ସଂପ୍ରତି ୟୁଆଇଡିଏଆଇ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ରଲେଖି ସୂଚନା ଦିଆଯାଇଛି କି, କେତେକ ସ୍କୁଲ୍ ଆଧାର ନଥିବା ହେତୁ ଛାତ୍ରଛାତ୍ରୀଙ୍କୁ ନାମଲେଖାରୁ ବଞ୍ଚିତ କରୁଛନ୍ତି। ମାତ୍ର କୌଣସି ଶିଶୁ ଯେପରି ଆଧାର ନଥିବା ହେତୁ ଶିକ୍ଷା ଅଧିକାରରୁ ବଞ୍ଚିତ ନ ହୁଏ, ତାହା ତଦାରଖ କରିବାକୁ ହେବ। ଆଧାର ନ ଥିବା ହେତୁ ନାମ ଲେଖାଇବା ଲାଗି ବାରଣ କରିବା ଆଦୌ ଆଇନ ସମ୍ମତ ନୁହେଁ। କୌଣସି ଛାତ୍ରଛାତ୍ରୀ ଏହି କାରଣ ଲାଗି ଯେପରି ନାମ ଲେଖାରୁ ବଞ୍ଚିତ ନ ହୁଅନ୍ତି। ୟୁଆଇଏଡିଆଇ ପକ୍ଷରୁ ଜାରି ହୋଇଥିବା ଏହି ସୂଚନା ବହୁ ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛି। କାରଣ ପିଲାଙ୍କର ଆଧାର ନଥିବା ହେତୁ ଅନେକ ଅଭିଭାବକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଆଧାର ନାହିଁ, ସେ କ୍ଷେତ୍ରରେ ପରିଚୟ ପ୍ରମାଣ ଲାଗି ଅନ୍ୟ ଦସ୍ତାବିଜ ବ୍ୟବହାର କରାଯାଇପାରିବ ବୋଲି ୟୁଆଇଡିଏଆଇ ସ୍ପଷ୍ଟ କରିଛି।