ସାବଧାନ ! UIDAI  ନାମରେ ପୁଣି ଥରେ ଆପେ ଆପେ ସେଭ ହୋଇଯାଉଛି ଏହି ନମ୍ବର । ତୁରନ୍ତ କରନ୍ତୁ ଡିଲିଟ୍

618

ଆଧାର ଡାଟାର ସୁରକ୍ଷାକୁ ନେଇ ଲଗାତାର ବିବାଦ ଲାଗିରହିଥିବା ବେଳେ ଆଧାର ସହିତ ଜଡିତ ଆଉ ଏକ ମାମଲା ସାମନାକୁ ଆସିଛି । ଅନେକ ଆଣ୍ଡ୍ରଏଡ ଓ ଆଇଫୋନ ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟରେ UIDAI  ନାମରେ ନମ୍ବର ଆପେ ଆପେ ସେଭ ହୋଇଯାଉଛି । ଏହାକୁ ଖୋଲିଲେ ୧୮୦୦-୩୦୦-୧୯୪୭ ଟୋଲ ଫ୍ରି ନମ୍ବର ଦେଖାଯାଉଛି ।

ଲୋକ କହୁଛନ୍ତି କି, ସେମାନେ କେବେ ବି ଏହାକୁ ସେଭ କରିନଥିଲେ । ଏବେ ଏହି ନମ୍ବରକୁ ନେଇ ଆଧାର ଅଥରିଟି କୌଣସି ବୟାନ ଜାରି କରିନାହାଁନ୍ତି । ଗତ ବର୍ଷ ଅଗଷ୍ଟରେ ବି କୌଣସି ୟୁଜର୍ସ ଏହି ପ୍ରକାରର ଅଭିଯୋଗ ଆଣି ନଥିଲେ । କିଛି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି କି, କଣ୍ଟାକ୍ଟ ଲିଷ୍ଟରେ ଏହି ନମ୍ବର ଦେଖିବା କ୍ଷଣି ତାକୁ ଡିଲିଟ୍ କରନ୍ତୁ । ଏହା ପୂର୍ବରୁ ଅଗଷ୍ଟରେ ୟୁଜର୍ସଙ୍କ ଫୋନରେ ଆପେ ଆପେ UIDAI  ନମ୍ବର ଦେଖିବାକୁ ମିଳିଥିଲା । ସେହି ସମୟରେ ଲୋକଙ୍କ ଆଲୋଚନା ମଧ୍ୟରେ ଟଓଊଇଓ କହିଲା କି ଆଣ୍ଡ୍ରଏଡ ଫୋନର କଣ୍ଟାକ୍ଟ ଲିଷ୍ଟରେ ଉପଲବ୍ଧ ନମ୍ବର ୧୮୦୦-୩୦୦-୧୯୪୭ ଭୁଲ ଅଛି । UIDAI  କେବେ ବି ଫୋନ ଅପରେଟର ବା ନିର୍ମାତାଙ୍କୁ ଏମିତି ଅନୁମତି ଦେଇନି କି ଆପେ ଆପେ ତାଙ୍କର ଟୋଲ ଫ୍ରି ନମ୍ବର ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟରେ ସେଭ କରିବାକୁ ।