ଶିକ୍ଷା କ୍ଷେତ୍ରରେ ମୋଦିଙ୍କ ବଡ ସୁଧାର ! ଖୁବ୍ ଶୀଘ୍ର ଅସ୍ତିତ୍ୱ ହରାଇବ ୬୧ବର୍ଷ ପୁରୁଣା ୟୁଜିସି . . ପଢନ୍ତୁ ଆଉ କଣ ହେବ ପରିବର୍ତ୍ତନ

36

ଶିକ୍ଷା କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ୟୁନିଭର୍ସିଟି ଗ୍ରାଂଟ୍ କମିଶନ୍ (ୟୁଜିସି) ଏବଂ ଅଲ୍ ଇଣ୍ଡିଆ କାଉଂସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅସ୍ୱିତ୍ୱକୁ ସଂପୂର୍ଣ୍ଣ ରୂପରେ ଶେଷ କରିବାକୁ ଯାଉଛନ୍ତି ମୋଦି ସରକାର । ଆଉ ଏହା ସ୍ଥାନରେ ଉଚ୍ଚ ଶିକ୍ଷା ପାଇଁ ଏକ ନୂଆ ଏବଂ ଅଲଗା ଏଜୁୁକେସନ୍ ରେଗୁଲେଟର୍ ପ୍ରସ୍ତୁତ କରୁଛନ୍ତି । ଯାହାର ନାଁ ହେଉଛି ଏଜୁକେସନ୍ ଏମପାୱାରମେଂଟ୍ ରେଗୁଲେସନ୍ ଏଜେନ୍ସି (ଏଚଇଇଆରଏ) ।

ଏହି ଏଚଇଇଆରଏ ପାଇଁ ସରକାର ମାର୍ଚ୍ଚ ମାସରୁ ହିଁ ନିଷ୍ପତି ନେଇ ସାରିଥିଲେ । ଏହା ସହ ନୂଆ ଆକ୍ଟ ପାଇଁ ଖୁବ୍ ଜୋରରେ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଉଭୟ ମାନବ ସମ୍ବଳ ମନ୍ତ୍ରାଳୟ ଏବଂ ନୀତି ଆୟୋଗ ଏଚଇଇଆରଏର ନୂଆ ନିୟମ ଉପରେ କାମ କରୁଛନ୍ତି ।

ତେବେ ୟୁଜିସି ଏବଂ ଏଆଇସିଟିଇକୁ ହଟାଇ ତା ସ୍ଥାନରେ ଗୋଟିଏ ରେଗୁଲେଟର୍ ଆସିବା ନିଶ୍ଚିତ ଭାବରେ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ଜଣେ ଅଧିକାରୀ । କାରଣ ନୂଆ ଏହି ଆକ୍ଟ ଅନୁଯାୟୀ ଦୁର୍ନୀତି ବିରୋଧରେ ଶକ୍ତ ପଦକ୍ଷେପ ନେବାର ସ୍ୱାଧୀନତା ରହିଛି ।