ୟୁଜିସିର ନୂଆ ନିୟମ ! ଯୁକ୍ତ ୩ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆସିଷ୍ଟାଣ୍ଟପ୍ରଫେସର ପଦ ପାଇଁ ପିଏଚଡି ଅପେକ୍ଷା ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ଫାଇଦା

46

ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସି କିଛି ନୂଆ ନିୟମ ଆଣିଛି । ନୂଆ ନିୟମ ଅନୁଯାୟୀ, ଗ୍ରାଜୁଏସନ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ପିଏଚଡି ଛାତ୍ରଛାତ୍ରୀଙ୍କୁ ଠାରୁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଇଛି । ଏପରିକି ଏହି ପଦରେ ନିଯୁକ୍ତି ପାଇଁ ଗ୍ରାଜୁଏସନ ଛାତ୍ରଛାତ୍ରୀଙ୍କ ପାଇଁ ଯେତିକି ସ୍କୋର ସ୍ଥିର କରାଯାଇଛି ତାହା ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥିର କରାଯାଇଥିବା ସ୍କୋର ଠାରୁ ମଧ୍ୟ ଅଧିକ ।

ୟୁଜିସି ପକ୍ଷରୁ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ, ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଆବେଦନ କରୁଥିବା ଗ୍ରାଜୁଏସନ ଛାତ୍ରଛାତ୍ରୀଙ୍କୁ ୨୧ ସ୍କୋର ଦିଆଯିବାକୁ ସ୍ଥିର କରାଯାଇଛି । ତେବେ ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କୋର ୨୦ ରଖାଯାଇଛି । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଗ୍ରାଜୁଏସନରେ ଅଧିକ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୟୁଜିସି ଅଧିକ ପ୍ରାଥମିକତା ଦେଉଛି । ଗ୍ରାଜୁଏସନରେ ୮୦% ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୨୧ ସ୍କୋର ଦିଆଯିବାକୁ ଥିବା ବେଳେ ୬୦ରୁ ୭୯% ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୧୯ ସ୍କୋର ଦିଆଯିବ ବୋଲି ଜଣାପଡିଛି । ସେହିଭଳି ୫୫ରୁ ୫୯% ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୧୬ ସ୍କୋର ଦିଆଯିବ ବୋଲି ୟୁଜିସିର ନୂଆ ନିୟମରୁ ଜଣା ପଡିଛି ।

ପିଜି ବା ସ୍ନାତକୋତରରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୩୩ ଅଙ୍କ ସ୍କୋର , ୬୦ରୁ ୭୯% ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୩୦ ସ୍କୋର ଓ ୫୫ରୁ ୫୯% ମଧ୍ୟରେ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୨୫ ସ୍କୋର ସ୍ଥିର କରାଯାଇଛି । ଏହାଛଡା ଏମଫିଲ ପାଠପଢା ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ୭ ସ୍କୋର ଦିଆଯିବ ବୋଲି ଜଣାପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଧ୍ୟାପନାରେ ଅଭିଜ୍ଞତା ଛାତ୍ରଛାତ୍ରୀଙ୍କୁ ଅଧିକ ୧୦ ସ୍କୋରର ଫାଇଦା ମିଳିବ ବୋଲି ଜଣାପଡିଛି । ଏହି ନୂଆ ନିୟମ ଗାଁ ଗହଳିରେ ଗ୍ରାଜୁଏସନ ସରିବା ପରେ ବେକାର ହୋଇ ବସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ ।