ୟୁଜିସି ଦେଉଛି ସ୍କଲାରସିପ୍! ଛାତ୍ରଛାତ୍ରୀ ମାସକୁ ପାଇବେ ୭୮୦୦ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

33

ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ଏସସି ଓ ଏସଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ପାଇଁ ଛାତ୍ରବୃତ୍ତି ଦେଉଛି । ଯେଉଁ ଛାତ୍ରଛାତ୍ରୀ ମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ କିମ୍ବା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସନାଲ କୋର୍ସ ଯେପରିକି ମ୍ୟାନେଜମେଣ୍ଟ, ଫାର୍ମାସୀ, ଇଞ୍ଜିନିୟରିଙ୍ଗ ଭଳି କୋର୍ସରେ ପିଜି କରୁଥିବେ ସେମାନେ ୟୁଜିସି ଦ୍ୱାରା ଦିଆଯାଉଥିବା ସ୍କଲାରସିପ ପାଇଁ ଆବେଦନ କରିପାରିବେ ।

02-1435809844-ugcୟୁଜିସି ଦ୍ୱରା ଦିଆଯାଉଥିବା ଏହି ସ୍କଲାରସିପ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏହି ସ୍କଲାରସିପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମାସିକ ୭୮୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଠିକ୍ ସେହିଭଳି ME ଓ M.Tech କରୁଥିବା ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୧୫୦୦୦ ଟଙ୍କା ଛାତ୍ରବୃତ୍ତି ଦିଆଯିବ । ତେବେ ଏହି ସ୍କଲାରସିପ ପାଇବା ପାଇଁ କିଛି ନିୟମ ପାଳନ କରିବାକୁ ପଡିବ । ଫୁଲ ଟାଇମ ପ୍ରଫେସନାଲ କୋର୍ସରେ ପିଜି କରୁଥିବା ଛାତ୍ରଛାତ୍ରୀ ମାନେ ଏହି ସ୍କଲାରସିପର ଫାଇଦା ଉଠାଇପାରିବେ ।

ତେବେ Distance course କିମ୍ବା Open  University ପ୍ରଫେସନାଲ କୋର୍ସ  କରୁଥିବା ଛାତ୍ରଛାତ୍ରୀ ମାନେ ଏହି ସ୍କଲାରସିପ ପାଇଁ ଆବେଦନ କରିପାରିବେ ନାହିଁ । ଏହି ସ୍କଲାରସିପରେ ଆବେଦନ କରିବା ପାଇଁ ପୁରୁଷଙ୍କ ସର୍ବାଧିକ ବୟସ ୪୫ ବର୍ଷ ଥିବା ବେଳେ ମହିଳାଙ୍କ ବୟସ ସର୍ବାଧିକ ୫୦ ବର୍ଷ ରଖାଯାଇଛି । ୟୁଜିସିର ଅଫିସିଆଲ ୱେବସାଇଟ www.ugc.ac.in ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଜାନୁଆରୀ । ଛାତ୍ରଛାତ୍ରୀ ମାନେ ଅନଲାଇନ ଦ୍ୱାରା ଏହି ସ୍କଲାରସିପ ପାଇଁ ଆବେଦନ କରିପାରିବେ । ଅଧିକ ତଥ୍ୟ ପାଇଁ www.ugc.ac.in ଲଗ ଅନ କରନ୍ତୁ ।

courtesy- aajtak