କଟକ ସିଡିଏରେ ଶିଶୁକନ୍ୟାକୁ ନିର୍ଯାତନା ! ଘରେ କାମ ନକରିବାରୁ ପିଉସୀ ମାଡ ମାରିଥିବା ଅଭିଯୋଗ

41

କନକ ବ୍ୟୁରୋ: କଟକ ସିଡିଏ ଅଂଚଳରେ ଜଣେ ଶିଶୁକୁ ଅକଥନୀୟ ନିର୍ଯାତନା । ଶିଶୁ କନ୍ୟାକୁ ତା ପିଉସୀ ମାଡ ମାରୁଥିବା ସମୟର ଏକ ଭିଡିଓ ଭାଇରାଲ୍ ହୋଇଛି । ଶିଶୁର ବାପା ମାଆ ଦିଲ୍ଲୀରେ ରହୁଥିବା ବେଳେ ଶିଶୁଟି ତା ପିଉସୀ ଘରେ ରହୁଥିଲା । ତେବେ ଘରେ କିଛି କାମ ନକରିବାକୁ ନେଇ ଶିଶୁକୁ ତା ପିଉସୀ ନିର୍ଧୁମ ମାଡ ମାରିଥିବା ଜଣାପଡିଛି ।

ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ଶିଶୁଭବନରେ ଚିକିତ୍ସା କରାଯାଉଛି । ଶିଶୁଟିକୁ ଛାତ ଉପରେ ତା ପିଉସୀ ମାଡ ମାରୁଥିବା ବେଳେ କେହି ଜଣେ ଅନ୍ୟ ଏକ ଛାତ ଉପରୁ ତାହା ରେକର୍ଡ କରିଛି । ଯାହା ଏବେ ଭାଇରାଲ୍ ହେଉଛି । ସେପଟେ ମାଡ ମାରିଥିବା ଶିଶୁର ପିଉସୀଙ୍କୁ ଥାନାକୁ ଡାକି ପଚରାଉଚରା କରିଛି ପୋଲିସ ।