ଆୟକର ବିଭାଗକୁ ୬୦ ଲକ୍ଷ ଟଙ୍କା ଆୟକର ଦେଲେ ପକୁଡି ଦୋକାନୀ

43

କନକ ବ୍ୟୁରୋ : ଦେଶରେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ପରେ ଅନେକ ନୂଆ ନୂଆ ଯୋଜନା କରିଛନ୍ତି । ତେବେ ଅନେକ ସମୟରେ ସେ କଂଗ୍ରେସ ବିରୋଧୀଦଳ ଭାବରେ ମୋଦି ସରକାର ଘେରିବା ସହ ତାଙ୍କର ଯୋଜନାକୁ ମଧ୍ୟକୁ କଟାକ୍ଷ କରିଛି । ଯୋଜନାରେ ସାରା ଦେଶର ଜନସାଧାରଣମାନଙ୍କୁ ମୋଦି ବାନ୍ଧି ରଖିବା ପାଇଁ ଚେଷ୍ଟା କରୁଛନ୍ତି । ମୋଦି ସରକାର ଲୋକମାନଙ୍କ ପାଇଁ ହିତକର କାମ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ପନ୍ନା ସିଂହ ନାମକ ଜଣେ ବ୍ୟକ୍ତି ଯିଏକି ସରକାରଙ୍କୁ ୬୦ ଲକ୍ଷ ଟଙ୍କାର ଟିକସ ଦେଇଥିବା ଜଣାପଡିଛି । ତେବେ ଏପରି ଘଟଣାର ସତାସତ୍ୟ ଜାଣିବା ପାଇଁ ଏକ ସର୍ଭେ କରାଯିବା ପରେ ଏପରି କଥା ଜଣାପଡିଥିଲା । ଏହାସହ ଜଣେ ଗିଲ ରୋଡରେ ନିଜର ବ୍ୟବସାୟ କରୁଥିବା ବେଳେ ଅନ୍ୟ ଜଣେ ମଡେଲ ଟାଉନରେ ନିଜର ବ୍ୟବସାୟ କରୁଛନ୍ତି ।

 

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଘଟଣାର ସତାସତ୍ୟ ଜାଣିବା ପାଇଁ କମିଶନର ଡି.ଏସ ଚୈାଧୁରୀ ଏକ ଟିମ ସହ ଦୋକନୀକୁ ଯିବାସହ ତାହାର ପ୍ରତ୍ୟେକ ଦିନ ଆୟର ହିସାବ ମଧ୍ୟ ଦେଖିଥିଲେ । ତେବେ କମିଶନର ହଠାତ ଯେଉଁ ସମୟରେ ଏପରି କଥା ଜାଣିଲେ ତାହାକୁ ହଠାତ୍ ସେ ବିଶ୍ୱାସ କରିନଥିଲେ ମଧ୍ୟ ପରେ ନିଜେ ଘଟଣାର ତଦନ୍ତ କରିବା ପରେ ଏହାକୁ ବିଶ୍ୱାସ କରିଥିଲେ । ତେବେ ପକୁଡି ଦୋକାନୀ ଜଣକ କହିଛନ୍ତି ଯେ, ଏହା କେବଳ ଲୋକମାନଙ୍କ ପାଇଁ ସମ୍ଭବ ହୋଇପାରିଛି । କାରଣ ସେମାନେ ପ୍ରତ୍ୟେକ ଦିନ ମୋ ଦୋକାନକୁ ଆସି ପକୁଡି ଖାଉଛନ୍ତି ବୋଲି ଏତେ ପରିମାଣରେ ମୋର ବେପାର ହେଉଛି । ତେଣୁ ସମସ୍ତ ଶ୍ରେୟ ସେମାନଙ୍କୁ ଯିବ ବୋଲି ଦୋକାନୀ ଜଣକ କହିଛନ୍ତି । ୧୯୫୨ ମସିହାରେ ସ୍ୱର୍ଗତ ପାନ୍ନା ସିଂହଙ୍କ ଦ୍ୱାରା ଗିଲ୍ ରୋଡ୍ ସଂସ୍ଥାପିତ ଛୋଟିଆ ପକୋଡ଼ି ଦୋକାନ ପନୀର ପକୋଡ଼ା ଏବଂ ଦହି ଭଲ୍ଲା ପାଇଁ କେବଳ ପଞ୍ଜାବ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଘରେ ଘରେ ପରିଚିତ। ନେତା, ଅମଲା, ପୁଲିସ ଓ ବ୍ୟବସାୟୀ ଭଳି ସବୁ ବର୍ଗର ଲୋକ ତାଙ୍କ ଦୋକାନରେ ପ୍ରସ୍ତୁତ ପକୋଡ଼ିକୁ ପ୍ରଶଂସା କରନ୍ତି ।