ଉଡାନ ସ୍କିମରେ ଉଡିପାରିବନି ଏୟାର ଓଡିଶା : ସ୍କିମ୍ ଉପରେ ଲାଗିଲା କଟକଣା

23

କନକ ବ୍ୟୁରୋ : ଉଡାନ ସ୍କିମରେ ଉଡିପାରିବନି ଏୟାର ଓଡିଶା । ଏୟାର ଓଡିଶାର ଉଡାନ ସ୍କିମ ଉପରେ ଆସିଲା ଅଭିଯୋଗ । ଉଡାନ୍ ସ୍କିମ୍ ଉପରେ କଟକଣା ଲଗାଇଲେ ଭୁବନେଶ୍ୱର ସିନିୟର ସିଭିଲ୍ ଡିଭିଜନ କୋର୍ଟ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏୟାର ଓଡିଶା ଆକାଉଂଟରେ ବର୍ତମାନ କୈାଣସି ନେଣଦେଣ ହୋଇପାରିବ ନାହିଁ ।

ମାମଲା ରଫାଦଫା ନହେବା ଯାଏ କୈାଣସି ସେୟାର ବିକ୍ରି ମଧ୍ୟ କରିପାରିବେ ନାହିଁ ସେୟାର ହୋଲ୍ଡର । ମିତେଶ ଖିମଜୀଙ୍କ ପିଟିସନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ମିତେଶ ଏୟାର ଓଡିଶାର ୪୦ପ୍ରତିଶତ ସେୟାର ହୋଲଡର ଥିଲେ ।