ବଢୁଛି ନିର୍ବାଚନୀ ହିଂସା : ଉଦଳାରେ ସରପଂଚ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ

50

ଉଦଳା : ଉଦଳାର ଖିଲାଡି ପଂଚାତରେ ନିର୍ବାଚନୀ ହିଂସା । ସରପଂଚ ପ୍ରାର୍ଥୀଙ୍କ ସ୍ୱାମୀକୁ ହତ୍ୟା । ବିଲ ମଝିରୁ ଶବ ଉଦ୍ଧାର କଲା ପୁଲିସ । ଖିଲାଡି ପଂଚାୟତର ସରପଂଚ ପ୍ରାର୍ଥୀ ମୀନତି ବିଶ୍ୱାଳଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଗାଁରେ ପହଂଚି ବିଲ ଭିତରୁ ଶବ ଉଦ୍ଧାର କରିଛି । ତଦନ୍ତ ଦାବିରେ ଉଦଳା-ବାରିପଦା ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ ।