ଡକାୟତଙ୍କ ଫେରାର୍ ଫର୍ମୁଲା ! ଜେରା ବେଳେ ମୁହଁ ଖୋଲିଲା ୟୁକୋ ବ୍ୟାଙ୍କ ଡକାୟତିର ମାଷ୍ଟର ମାଇଣ୍ଡ୍

42

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର ୟୁକୋ ବ୍ୟାଙ୍କ୍ ଡକାୟତି ଘଟଣାରେ ବିହାରରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ । ଆଜି ଏକ ଅଜ୍ଞାତ ସ୍ଥାନରେ ରଖି ୨ ଜଣଙ୍କୁ ଜେରା କରୁଛି । ଆଉ ଦ୍ୱିତୀୟ ଦଫାରେ ଅଭିଯୁକ୍ତଙ୍କଠାରୁ ପୋଲିସ ପାଇଛି ଲୁଟ୍ ପରେ ଫେରାର୍ ଫର୍ମୁଲା ।

ସ୍ପେଶାଲ୍ ୨୬ ଷ୍ଟାଇଲରେ ଡକାୟତି କରିଥିଲେ ଏହି ସ୍ପେଶାଲ୍ ପାଂଚ୍ । ଆଉ ଡକାୟତି ପରେ ଧୁମ୍ ଷ୍ଟାଇଲରେ ହୋଇ ଯାଇଥିଲେ ଫେରାର୍ । ଗୋଟିଏ ଡକାୟତି ପାଇଁ ଦୁଇଟି ଫିଲ୍ମର ଫର୍ମୁଲା । ୟୁକୋ ବ୍ୟାଙ୍କରୁ କଳା କନା ବୁଲାଇ ଦେଲେ ସଶସ୍ତ୍ର ଡକାୟତ । ଏ ପ୍ରଶ୍ନର ଉତ୍ତର ମିଳିଛି ରିମାଣ୍ଡରେ ଆସିଥିବା ସ୍ପେଶାଲ୍ ପାଂଚର ମାଷ୍ଟର୍ ମାଇଣ୍ଡ୍ ବିହାରର ବିଜୟ ଶାହା ମୁହଁରୁ ।

ଡକାୟତି ପରେ ୫ଟି ବାଇକ୍ ରାଜଧାନୀର ରାସ୍ତା ଭିତରେ ସାପ ଭଳି ମାଡି ଚାଲିଥିଲା ଭିନ୍ନ ଭିନ୍ନ ଦିଗରେ । ସମସ୍ତେ ଥିଲେ ସମସ୍ତଙ୍କ କଣ୍ଟାକଟରେ । କାରଣ ସମସ୍ତଙ୍କ ଟାର୍ଗେଟ ଥିଲା ଭିନ୍ନ ଭିନ୍ନ ରାସ୍ତାରେ ଯାଇ ଖୋର୍ଦ୍ଦା ଜାତୀୟ ରାଜପଥ ଧରିବା । ନିର୍ଦ୍ଧାରିତ ସମୟରେ ରାଜଧାନୀ ରାଜଧାନୀ ଉପକଣ୍ଠ ଜାତୀୟ ରାଜପଥ ଉପରେ ପହଂଚି ଯାଇଥିଲେ ସ୍ପୋଶାଲ୍ ପାଂଚ୍ । ଆଉ ଏକ ୧୦ ଚକିଆ ଟ୍ରକରେ ବସି ପାର୍ ହୋଇଯାଇଥିଲେ ଓଡିଶା ବର୍ଡର ।

ଫିଲ୍ମ ଷ୍ଟାଇଲରେ ଏ ଫେରାର୍ ଫର୍ମୁଲାକୁ ବୁଝି ପାରି ନଥିଲା କମିଶନରେଟ୍ ପୋଲିସ୍  । କାରଣ ଏ ଡକାୟତିକୁ ଲିଡ୍ କରୁଥିଲା ୫୨ ବର୍ଷିୟ ବିଜୟ ଶାହା  । ଯିଏ ବିହାରରୁ ରିମାଣ୍ଡରେ ଆସି ଓଡିଶା ପୋଲିସ୍ ଆଗରେ କହୁଛି ସ୍ପେଶାଲ୍ ପାଂଚର ରିୟଲ୍ କାହାଣୀ  ।