ୟୁକୋ ବ୍ୟାଙ୍କ ଲୁଟ୍ ପରେ ବନ୍ଧକ ସୁନାକୁ ନେଇ ଆଶଙ୍କାରେ ଗ୍ରାହକ : ସେପଟେ ପ୍ରସ୍ତୁତ ହେଲା ଦୁଇ ସନ୍ଦିଗ୍ଧଙ୍କ ସ୍କେଚ୍

27

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର ୟୁକୋ ବ୍ୟାଙ୍କ୍ ଲୁଟ୍ ଘଟଣାରେ କମିଶନରେଟ୍ ପୁଲିସ ଦୁଇ ଦୁର୍ବୃତଙ୍କ ସ୍କେଚ୍ ପ୍ରସ୍ତୁତ କରିବା ସହ ଜଣଙ୍କୁ ଚିହ୍ନଟ କରିଛି । ବିଭିନ୍ନ ସୁରାଗକୁ ଆଧାର କରି ପୁଲିସର ସ୍ୱତନ୍ତ୍ର ଟିମ୍ ଦୁର୍ବୃତଙ୍କୁ ଧରିବାକୁ ଚେଷ୍ଟା କରୁଛି । ସେପଟେ ଗତକାଲି ଟଂକା ଓ ସୁନା ଚୋରି ପରେ ଆଜି ବ୍ୟାଙ୍କରେ ଲାଗିଥିଲା ଜମାକାରୀଙ୍କ ଭିଡ । ଆଉ ସୁନା ବନ୍ଧକ ରଖିଥିବା ଲୋକେ ବ୍ୟାଙ୍କ କର୍ମଚାରୀଙ୍କୁ ଗୁଡାଇତୁଡାଇ ପ୍ରଶ୍ନ ପଚାରିଥିଲେ । ଅନେକ ନିଜ ଲକର ସୁରକ୍ଷିତ ଅଛି କି ନାହିଁ , ତାହା ଦେଖିବାକୁ ଆସିଥିଲେ ।