ୟୁସିଡିଏ ବନ୍ଦ ଡାକରା : ଆଜି ମଧ୍ୟରାତ୍ରରୁ ୨୪ ଘଂଟା ଯାଏଁ ରାଜ୍ୟର ଔଷଧ ଦୋକାନଗୁଡିକରେ ଝୁଲିବ ତାଲା

17

କନକ ବ୍ୟୁରୋ : ଉତ୍କଳ କେମଷ୍ଟ୍ରୀ ଓ ଡ୍ରଗିଷ୍ଟ ଆସୋସିଏସନର ଡାକରାରେ ଓଡିଶାର ପାଇକାରୀ ଓ ଖୁଚୁରା ଔଷଧ ଦୋକାନଗୁଡିକ ଆଜି ମଧ୍ୟ ରାତ୍ରିରୁ ୨୪ ଘଂଟା ଯାଏ ବନ୍ଦ ରହିବ । ବିଭିନ୍ନ ଦାବିନେଇ ଏହି ଡାକରା ଦିଆଯାଇଛି । ୟୁସିଡିଏର ମୂଖ୍ୟ ଦାବି ରହିଛି ଇ-ପୋର୍ଟାଲ ବ୍ୟବସ୍ଥାକୁ ସରକାର କାର୍ଯ୍ୟକାରୀ ନକରିବା । ତେବେ ଜରୁରୀ କାଳିନ ସେବା ପାଇଁ ହସ୍ପିଟାଲ ଭିତରେ ଥିବା ମେଡିସିନ ଷ୍ଟୋର ଗୁଡିକ ଖୋଲା ରହିବ ।