ଇପୋର୍ଟାଲ ବ୍ୟବସ୍ଥାକୁ ୟୁସିଡିଏର କଡା ବିରୋଧ ! ଆଜି ରାଜ୍ୟର ସବୁ ଔଷଧ ଦୋକାନ ବନ୍ଦ

113

କନକ ବ୍ୟୁରୋ : ଅନଲାଇନରେ ଔଷଧ ବିକ୍ରୀକୁ ବିରୋଧ କରି ମଧ୍ୟରାତ୍ରିରୁ ଦେଶବ୍ୟାପୀ ଖୁଚୁରା ଔଷଧ ଦୋକାନ ବନ୍ଦ ରହିଛି । ଏଥିରେ ସାମିଲ ହୋଇଛନ୍ତି ରାଜ୍ୟର ୨୦ ହଜାର ଔଷଧ ଦୋକାନୀ । ଇପୋର୍ଟାଲ ଚାଲୁ ହେଲେ ସାଧାରଣ ଔଷଧ ଦୋକାନୀ କ୍ଷତି ସହିବେ ବୋଲି କିଛି ଦୋକାନୀ ମତ ଦେଇଛନ୍ତି ।

ଗ୍ରାମାଞ୍ଚଳର ଲୋକେ ଇଂଟରନେଟ୍ ବ୍ୟବହାର ଜାଣିନଥିବାରୁ ଇ-ପୋର୍ଟାଲ ବ୍ୟବସ୍ଥାର ଫାଇଦା ସବୁ ବର୍ଗର ଲୋକେ ନେଇ ପାରିବେ ନାହିଁ । ସେହିପରି ଅନଲାଇନରେ ନିଶା ଔଷଧ ବିକ୍ରି ବଢିବା ଆଶଙ୍କା ଜାହିର କରିଛନ୍ତି କିଛି ଦୋକାନୀ ।

ତେବେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରୀ ଓ ଘରୋଇ ହସପିଟାଲ କ୍ୟାମ୍ପସରେ ଥିବା ଔଷଧ ଦୋକାନ ଖୋଲା ରହିବ । ଗ୍ରାମାଂଚଳରେ ଯେଉଁ ମେଡିକାଲରେ ଔଷଧ ଦୋକାନ ନାହିଁ, ସେଠାକାର ନିକଟବର୍ତ୍ତି ଦୋକାନ ଖୋଲା ରହିବ ।