ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି : ମେ’ମାସ ସୁଦ୍ଧା ସରିବ ଜଗମୋହନ ମରାମତି କାମ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜଗମୋହନ ମରାମତି ପ୍ରସଙ୍ଗ ନେଇ ବୈଠକ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜଗମୋହନ ମରାମତି ନେଇ ଆଲୋଚନା ହୋଇଛି । ଆସନ୍ତା ମେ’ମାସ ସୁଦ୍ଧା ଜଗମୋହନର ମରାମତି କାର୍ଯ୍ୟ ଶେଷ ହେବ ।

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ ହେବ ଷ୍ଟିଲଫ୍ରେମ କାର୍ଯ୍ୟ । କୋର କମିଟି,ଏଏସଆଇ, ପୂର୍ତବିଭାଗ ଓ ମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ହେବ ।

ବୈଠକରେ ଷ୍ଟିଲ ଷ୍ଟ୍ରକ୍ଚର ଡିଜାଇନକୁ ମଧ୍ୟ ଅନୁମୋଦନ ମିଳିଛି । ଗର୍ଭଗୃହର ଷ୍ଟିଲ ଫ୍ରେମ କାମ ଏଏସଆଇ ଅନୁଧ୍ୟାନ କରିବ ବୋଲି ନିଷ୍ପତି ନିଆଯାଇଛି । ପୂର୍ତବିଭାଗ ଓ ବୈଷୟିକ ବିଭାଗ ମଧ୍ୟ କୌଣସି ବିବାଦ ନଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ।