ଭାରତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୀନ ପଠାଯାଉଥିବା ସନ୍ଦେହ ! ୟୁସି ବ୍ରାଉଜରର ଯାଂଚ ଆରମ୍ଭ

60

ୟୁସି ବ୍ରାଉଜର ବିରୋଧରେ ସାଂଘାତିକ ଅଭିଯୋଗ । ୟୁସି ବ୍ରାଉଜର ତଥ୍ୟ ଚୋରୀ କରି ଚୀନ ପଠାଉଥିବା ସନ୍ଦେହ କରାଯାଉଛି । ଯଦି ଏପରି ହୁଏ ତେବେ ଭାରତ ତଥା ଅନ୍ୟ ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାରଣ ଆମେ ଏବେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ କାରବାର ଉପରେ ଗୁରୁତ୍ୱ ଦେଉଛୁ । ଏହାସହ ଦେଶରେ ଅଧିକ ଡିଜିଟାଲ କାରବାର ମଧ୍ୟ ହେଉଛି । ବ୍ୟାଙ୍କ ଠାରୁ ଆରମ୍ଭ କରି ଆଧାର, ପାନ୍ ସମ୍ମନ୍ଧୀୟ ଅନେକ ଗରୁତ୍ୱପୂର୍ଣ୍ଣ ତଥ୍ୟ ଡିଜିଟାଲ କାରବାର ସହ ଜଡ଼ିତ । ଯଦି ୟୁସି ବ୍ରାଉଜର ଉପରେ କରାଯାଉଥିବା ସେନ୍ଦହ ଠିକ ହୁଏ, ତେବେ ଭାରତ ପାଇଁ ବହୁତ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇପାରେ ।

ଦୁନିଆର ସବୁଠାରୁ ବଡ଼ ଇ-କମର୍ସ କମ୍ପାନି ଅଲି ବାବା ଭାରତରେ ନିଜର ସର୍ଭିିସ ଦିନକୁ ଦିନ ବହୁତ ବଢ଼ାଇବାରେ ଲାଗିଛି । ଅଲି ବାବାର ମୋବାଇଲ ପ୍ଲାଟଫର୍ମ ୟୁସି ବ୍ରାଉଜର ଦେଶରେ ସବୁଠାରୁ ଅଧିକ ଟଙ୍କା ନିବେଶ କରିଛି । ୟୁସି ବ୍ରାଉଜର ଦେଶରେ ସବୁଠାରୁ ଅଧିକ ବ୍ୟବହାରର ହେଉଥିିବା ବ୍ରାଉଜର ମଧ୍ୟରୁ ଏକ । ବିଜିନେସ ଷ୍ଟୋଣ୍ଡାଡ଼ର ରିପୋର୍ଟ ଅନୁସାରେ ସରକାର ଅଲିବାବା କମ୍ପାନିର ୟୁସି ପ୍ରାଉଜରକୁ ଯାଂଚ ଆରମ୍ଭ କରିଦେଇଛନ୍ତି । ୟୁସି ବ୍ରାଉଜର ଗ୍ରାହକଙ୍କ ଲୋକସେନକୁ କିପରି ପଠାଉଛି ଏବଂ କାହାକୁ ପଠାଉଛି ତାହା ଜାଣିବା ସରକାରଙ୍କ ଏହି ଯାଂଚର ମୂଳ ଲକ୍ଷ୍ୟ । ସୂଚନା ଅନୁସାରେ ବର୍ତ୍ତମାନ ସରକାର ସୁରକ୍ଷା ଦୃଷ୍ଟି ପାଖାପାଖି ସମସ୍ତ ଚୀନୀ କମ୍ପାନିର ହ୍ୟାଣ୍ଡସେଟର ଯାଂଚ ଆରମ୍ଭ କରିଦେଇଛନ୍ତି । ମନ୍ତ୍ରାଳୟ ୨୮ କମ୍ପାନିକୁ ୨୮ ଅଗଷ୍ଟ ମଧ୍ୟରେ ଏହାର ଜବାବା ରଖିବା ପାଇଁ ସମୟ ଦେଇଛି ।

ବିଜିନେସ୍ ଷ୍ଟାଣ୍ଡାର୍ଡ଼ର ସୂତ୍ର ଅନୁସାରେ ୟୁସି ବ୍ରାଉଜର ଗ୍ରାହକ ଓ ଡିଭାଇସର ସମସ୍ତ ସୂଚନା ଚୀନରେ ଥିବା ରିମୋଟ୍ ସର୍ଭରକୁ ପଠାଏ । ଏହି ସନ୍ଦେଶରେ ଇଂଟରନ୍ୟାସନାଲ ମୋବାଇଲ ସବସ୍କ୍ରାଇବର ଆଇଡ଼େନଟିଟି (ଆଏମଏସଆଇ) ଓ ଇଂଟରନ୍ୟାସନାଲ ମୋବାଇଲ ଇକ୍ୱି୍ୱିପମେଂଟ ଆଇଡ଼େନଟିଟି (ଆଇଏମଇଆଇ) ପରି ମହତ୍ୱପୂର୍ଣ୍ଣ ସୂଚନା ସାମିଲ ରହିଛି । ସୂତ୍ର ଅନୁସାରେ ୱାଇଫାଇ ଜରିଆରେ ଇଂଟରନେଟ୍ ବ୍ୟବହାର କରିବା ସମୟରେ ଫୋନ ଓ ଆକ୍ସେସ ପଏଂଟର ନେଟୱର୍କ ସୂଚନା ମଧ୍ୟ ଚୀନର ରିମୋର୍ଟ ସର୍ଭରକୁ ପଠାଯାଏ । ଏକ ତାଜା ଖବର ଅନୁସାରେ ଭାରତରେ ମୋବାଇଲ ବ୍ରାଉଜର ମାର୍କେଟିଂରେ ୟୁସି ବ୍ରାଉଜର ଶେୟାର ପାଖାପାଖି ୫୦ ପ୍ରତିଶତ । ସୂଚନାଯୋଗ୍ୟ ୨୧୦୫ରେ ମଧ୍ୟ ୟୁନିଭରସିଟି ଅଫ ଟରଂଟୋରେ ୟୁସି ବ୍ରାଉଜରରର ଦୁର୍ବଳତା ଦିଗକୁ ଦର୍ଶାଯାଇଥିଲା ।

୨୧ ଟି ମୋବାଇଲ କମ୍ପାନୀ ହୋଇପାରେ ଯାଂଚ-

ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ୨୧ ଟି ସ୍ମାର୍ଟଫୋନ ତଆରି କରୁଥିବା କମ୍ପାନି ଗୁଡ଼ିକୁ ମୋବାଇଲ ଫୋନର ସୁରକ୍ଷା ସୁନିଶ୍ଚିତ କରିବା ଓ ସୁରକ୍ଷା ପ୍ରକିୟାର କିପରି ଅଛି ଦର୍ଶାଇବା ପାଇଁ ଆଦେଶ ଦେଇଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ତଥ୍ୟ ଚୋରୀ ହେବା ପରେ ସରକାର ଏହି ଆଦେଶ ଦେଇଥିବା କତା ଜଣା ପଡ଼ିଛି । ସରକାର ଯେଉଁ କମ୍ପାନିଙ୍କୁ ଆଦେଶ ଦେଇଛନ୍ତି, ସେଥରୁ ଅଧିକାଂଶ ହେଲେ ଚୀନୀ କମ୍ପାନି । ସୁରକ୍ଷା ପ୍ରକିୟା ବିସୟରେ ଅବଗତ କରାଇବା ପାଇଁ ସରକାର, ଅନ୍ତିମ ସମୟ ରଖଇଛନ୍ତି ୨୮ ଅଗଷ୍ଟ ।

କମ୍ପାନିର ସୁରକ୍ଷା ପ୍ରକ୍ରିୟାରେ ଯେଉଁ ଯେଉଁ ସୂଚନା ଦେବା ପାଇଁ କୁହାଯାଇଛି, ସେଥିରେ ଅପରେଟିଂ ସିଷ୍ଟମ, ପ୍ରି-ଲୋଡ଼ିଂ ଆପ, ଡିଭାଇସ ବ୍ରାଉଜର ଆଦି ସାମିଲ ରହିଛି । ମୋବାଇଲ ଫୋନ୍ ଓ ସ୍ମାର୍ଟଫୋନ୍ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକତା ରହିଛି ବୋଲି ମନ୍ତ୍ରାଳୟ ଜଣେ ଅଧିକାରୀ କହିଛନ୍ତି । କାରଣ ଏଥିରେ ଗ୍ରାହକ ନିଜର ବ୍ୟକ୍ତିଗତ ତଥ୍ୟ ରଥିଥାଆନ୍ତି । ତେବେ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣର୍ ନେଣଦେଣ ମୋବାଇଲ ଦ୍ୱାରାରେ ହିଁ ହୋଇଥାଏ ।

ଏହାସହ ସେ କହିଛନ୍ତି, ଯେଉଁ କମ୍ପାନି ଏହି ପରୀକ୍ଷାରେ ଫେଲ ମାରନ୍ତି ତାଙ୍କ ବରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦରକାର ପଡିଲେ ସେହି କମ୍ପାନିର ପରିଦର୍ଶନ ମଧ୍ୟ କରାଯିବ । ଆମେ କୌଣସି ପ୍ରକାରରେ ଏପରି ଗମ୍ବୀର ସମସ୍ୟାକୁ ଅଣଦେଖା କରିବୁ ନାହିଁ । ଆଜିକା ଦିନରେ ତଥ୍ୟ ଚୋରୀ ହେବା ଏକ ଗମ୍ଭୀର ଗଟଣା ଏବଂ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦେବା ଆମ ଗୁରୁ ଦାୟିତ୍ୱ ।