ଗୁଗଲ ପଲିସି ନମାନିବାରୁ ୟୁସି ବ୍ରାଉଜରକୁ ଝଟକା ! ପ୍ଲେଷ୍ଟୋରରୁ ହଟାଗଲା ଲୋକପ୍ରିୟ ଆପ୍

39

ଗୁଗଲ୍ ପ୍ଲେଷ୍ଟୋରରୁ ଅଲିବାବା ଗ୍ରୁପର ଲୋକପ୍ରିୟ ଆପ୍ ୟୁସି ବ୍ରାଉଜରକୁ ହଟାଇ ଦିଆଯାଇଛି । ସୂଚନା ଅନୁସାରେ ୟୁସି ବ୍ରାଉଜର ଆପ୍, ଗୁଗଲର କିଛି ସ୍ୱତନ୍ତ୍ର ପଲିସି ନମାନିବାରୁ ଏପରି କରାଯାଇଛି । କମ୍ପାନୀ ଅନୁସାରେ ଭାରତେରେ କେବଳ ୟୁସି ବ୍ରାଉଜରର ୧୦ କୋଟି ଗ୍ରାହକ ଅଛିନ୍ତି । ଏହି ଆପ୍ ମୋବାଇଲରେ ସର୍ବାଧିକ ବ୍ୟବହୃତ ହେଉଥିବା ମୋବାଇଲ୍ ବ୍ରାଉଜର ଆପ୍ ।

ତେବେ ଏନେଇ ୟୁସି ବ୍ରାଉଜର ନିଜର ମତ ପ୍ରକାଶ କରିଛି । ୟୁସି ବ୍ରାଉଜର କହିଛି, ଗୁଗଲ ୭ ଦିନ ପାଇଁ ଅସ୍ଥାୟୀ ରୂପେ ୟୁସି ବ୍ରାଉଜରକୁ ହଟାଇଛି । ଏହାର କାରଣ ହେଲା ୟୁସି ବ୍ରାଉଜର କିଛି ସେଟିଂ ଗୁଗଲ ପଲିସି ହିସାବରେ ଫିଟ୍ ହେଉ ନାହିଁ । ଆଉ ଏହି ସମସ୍ୟାର ସମାଧାନ ପାଇଁ ପରୀକ୍ଷା ନୀରିକ୍ଷା ଆରମ୍ଭ ହୋଇଯାଇଛି । ୟୁସି ବ୍ରାଉଜରକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯିବା ପରେ ମଧ୍ୟ ଗୁଗୁଲ ପ୍ଲେଷ୍ଟୋରରେ ୟୁସି ବ୍ରାଉଜର ମିନି ଉପଲବ୍ଧ ଅଛି । କମ୍ପାନୀ ଅନୁସାରେ ୟୁସି ବ୍ରାଉଜରର ନୂଆ ଭର୍ସନ ଗୁଗୁଲ ପ୍ଲେଷ୍ଟୋରରେ ଡେଭଲପର କନସୋରେ ଅପଲୋଡ଼୍ କରିଦିଆଯାଇଛି । ଏବଂ ଏବେ ଏହାର ମୂଲ୍ୟାଙ୍କନ ଜାରି ରହିଛି ।

ତେବେ କମ୍ପାନୀ ତରଫରୁ କୁହାଯାଇଛି ଯେବେ ପର୍ଯ୍ୟନ୍ତ ପ୍ଲେଷ୍ଟୋରରେ ୟୁସି ବ୍ରାଉଜର ଉପଲବ୍ଧ ହୋଇପାରୁ ନାହିଁ, ସେ ପର୍ଯ୍ୟନ୍ତ ୟୁଜର ୟୁସି ବ୍ରାଉଜର ମିନି ଡାଉନଲୋଡ଼ କରିପାରିବେ । ୟୁସି ବ୍ରାଉଜର ଜାରି କରିଥିବା ଏକ ବୟାନରେ ଗୁଗଲକୁ ଧନ୍ୟବାଦ ଦେଇ କହିଛି,  ସେ ଗୁଗଲ ପ୍ଲେଷ୍ଟୋରର ସର୍ମଥନ ପାଇଁ କୃତଜ୍ଞତା ଜଣାଉଛି । ଆଗାମୀ ସପ୍ତାହ ମଧ୍ୟରେ ୟୁସି ବ୍ରାଉଜରର ନୂଆ ପ୍ରଡ଼କ୍ଟ ଗୁଗୁଲ ପ୍ଲେଷ୍ଟୋରେ ଉପଲବ୍ଧ ହେବ ।