ଭାରତରେ ଗ୍ରାହକଙ୍କୁ ମିଳୁଛି ‘ଉବେରପାସ୍’ ! କମ୍ ମୂଲ୍ୟରେ କରନ୍ତୁ ରାଇଡ଼୍

22

ବିଗତ ସପ୍ତାହରେ ଉବର କିଛି ବଛା ବଛା ସହରରେ ପାଇଲଟ୍ ପ୍ରକଳ୍ପ ପରି ଏକ ନୂଆ ଫିଚର୍ ‘ଉବେରପାସ୍’ ଲଞ୍ଚ କରିବା ପାଇଁ ଘୋଷଣା କରିଛି । ଏବେ କମ୍ପାନୀ ଏହି ଅପ୍ସନକୁ ୟୁଜରଙ୍କୁ ଉପଲବ୍ଧ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ‘ଉବେରପାସ୍’ ସହ ଗ୍ରାହକ ରାଇଡ଼ ପାଇଁ ଫ୍ଲାଟ୍ ଫେୟାର ଦେଇପାରିବେ । ଯଦି ପାଖରେ ‘ଉବେରପାସ୍’ଅଛି ଓ ଆପଣ ରାଇଡ଼୍ କ୍ୟାନସେଲ କରୁଛନ୍ତି, ତେବେ ଆପଣଙ୍କ ଠାରୁ ଅତିରିକ୍ତ ଶୁଳ୍କ ନିଯାଯିବ ନାହିଁ । କେବଳ ଏତିକି ନୁହଁ ‘ଉବେରପାସ୍’ସବକ୍ରିପ୍ସନ ଚାର୍ଜ ମଧ୍ୟ ପଡ଼ିବ ନାହିଁ ।

ପାଇଲଟ୍ ଅବଧି ସମୟରେ ଗ୍ରାହକଙ୍କୁ ଏହି ସପ୍ତାହରେ ଏକ ନିଶ୍ଚିତ ସଂଖ୍ୟାର ରାଇଡ଼ କରିବା ପାଇଁ ପଡ଼ିବ, ଯଦ୍ୱାରା ଏହା ଆସନ୍ତା ସପ୍ତାହ ମଧ୍ୟରେ ଆକ୍ସେସ କରାଯାଇପାରିବ । ‘ଉବେରପାସ୍’ର ମୂଲ୍ୟ ‘ଉବେରଗୋରାଇଡ଼’ରେ ଲାଗୁ ହେବ ଓ ଏହି ମୂଲ୍ୟ ସେୟାର ରାଇଡ଼ ଓ ହାଇୟର ରାଇଡ଼ ବିଭାଗରେ ଲାଗୁ ହେବ ନାହିଁ । ଏବେ ‘ଉବେରପାସ୍’ ଫିଚରକୁ ଅଲଗା ଅଲଗା ପର୍ଯ୍ୟାୟରେ ଗ୍ରାହକଙ୍କୁ ଉପଲବ୍ଧ କରାଯାଉଛି । ଉବେର ଦ୍ୱାରା ଇମେଲ୍ କିମ୍ବା ଏସଏମଏସ୍ ପଠାଯିବା ପରେ ଆପଣ ବୁକ କରିବା ସମୟରେ ସିଲେକ୍ଟ କରିପାରିବେ ।

କମ୍ପାନୀ କହିବା ଅନୁସାରେ ପ୍ରଥମେ କିଛି ରାଇଡ଼ରଙ୍କୁ ଏହି ଫିିଚରକୁ ଅନଲକ୍ କରିବା ପାଇଁ ଇମେଲ ପଠାଯିବ । ଏଥିପାଇଁ କୌଣସି ନିର୍ଦ୍ଧାରିତ ସମୟ ଦରକାର ନାହିଁ । କିନ୍ତୁ ୪ଟି ସହରରେ ପାଖାପାଖି ୧୦ ପ୍ରତିଶତ ରାଇଡ଼ର୍ସ ‘ଉବେରପାସ୍’ ଆକ୍ସେସ୍ କରିପାରିବେ । ଏହି ରାଇଡ଼ର୍ସକୁ ପୁଣି ଉବେର ଆପ୍ ରାଇଡ଼ ପାଇଁ ଅଫର ଦିଆଯିବ ଯେଉଁଠି ଫ୍ଲାଟ୍ ଫେୟାର ସାମିଲ ହୋଇପାରେ । ଏହି ଅଫର ସହର ଅନୁସାରେ ଅଲଗା ଅଲଗା ହୋଇପାରେ ।

ରିପୋର୍ଟ ଅନୁସାରେ ମୁମ୍ବାଇଲେ ୫ କିମି ପାଇଁ ୯୯ ଟଙ୍କା ଦେବାକୁ ପଡ଼ିବ ଓ ୮-୧୫ କିମି ପାଇଁ ୧୫୯ ଟଙ୍କା ଦେବାକୁ ପଡ଼ିବ । ଏହି ରାଇଡ଼ ପାଇଁ କୌଣସି ପ୍ରମୋ କୋଡ଼ ଲାଗିବ ନାହିଁ । ‘ଉବେରପାସ୍’ ରାଇଡ଼ ଟାଇପରେ ଉବେରପାସଗୋ ସହ ଏକ ସହଜ ଅପ୍ସନ ରହିବ ।

ସେପଟେ ବେଙ୍ଗାଲୁରୁରେ କମ୍ପାନୀ ୬ କିଲୋମିଟର ପାଇଁ ୪୯ ଟଙ୍କା ଓ ୧୨ କିମି ପାଇଁ ୯୯ ଟଙ୍କା ଅସୁଲ କରିବ । କିନ୍ତୁ ଏହାସହ ଏଇଠି କହିରଖୁଛୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡ୍ରପ ଲୋକେସନପିକଅପ୍ ଲୋକସେନ ଆପଣଙ୍କୁୁ ସଠିକ ଦେବାକୁ ପଡ଼ିବ । ଯଦି ଆପଣ ଲୋକସେନ ବଦଳାଉଛନ୍ତି ତେବେ ଆପଙ୍କ ଫ୍ଲାଟ୍ ଫେୟାର ଆପ୍ଲାଇ ହେବନାହିଁ ।

                                                     ସୌଜନ୍ୟ – ଆଜତକ୍.କମ୍

ଏହାସହ ପଢ଼ନ୍ତୁ –ବେଙ୍ଗାଲୁରୁରେ ଆରମ୍ଭ ହେଲା ଡିଜେଲ୍‌ର ହୋମ୍‌ ଡେଲିଭରି !