ଉବର ଆପ୍ ଯୋଡ଼ିଲା ଦୁଇ ନୂଆ ଫିଚର ! ଯାତ୍ରା ସମୟରେ ଅନେକ ସ୍ଥାନରେ ଅଟକି ପାରିବେ ଯାତ୍ରୀ

30

ଉବର ଆପ୍ ଯୋଗୁଁ ଏବେ ଲୋକେ ଅତି ସୁବିଧାରେ ଯାତ୍ରା କରି ପାରୁଛନ୍ତି । ଉବର ଭାରତରେ ଯାତ୍ରୀଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଲଗାତାର କାମ କରୁଛି । ଏଥି ମଧ୍ୟରେ ଉବର ଆଜି ଦୁଇଟି ନୂଆ ଫିଚରକୁ ନିଜ ଆପରେ ଯୋଡ଼ିଛି । ଟ୍ୟାକ୍ସି ସେବା ଯୋଗାଉଥିବା ଉବର ଯାତ୍ରୀଙ୍କ ସୁବିଧା ପାଇଁ ଦୁଇ ନୂତନ ଫିଚର ଯଥା ‘ଇନ ଆପ ଚାର୍ଟ ଓ ମଲ୍ଟି ଡେଷ୍ଟିନେସନ’ ଫିଚର ଯୋଡ଼ିଛି ।

ନୂତନ ଫିଚର ‘ଇନ ଆପ ଚାର୍ଟ’ ମାଧ୍ୟମରେ ବିନା ଟଙ୍କାରେ ଯାତ୍ରୀ ଗାଡ଼ି ଚାଳକ ସହ ଚାର୍ଟ କରିପାରିବେ । ଅର୍ଥାତ୍ ଗାଡ଼ି ଚାଳକ କେଉଁଠି ଅଛନ୍ତି ଓ ଆଉ କେତେ ସମୟ ଲାଗିବ ସବୁ କିଛି ଜାଣିପାରିବେ ଯାତ୍ରୀ । ତେବେ ଏହି ପ୍ରକ୍ରିୟା ମାଧ୍ୟରେ ଯାତ୍ରୀ ଓ ଗାଡ଼ି ଚାଳକର ଉଭୟଙ୍କ ନମ୍ବର କାହାକୁ ଦେଖାଯିବ ନାହିଁ । କେବଳ ଏତିକି ନୁହେଁ ‘ମଲ୍ଟି ଡେଷ୍ଟିନେସନ’ ଫିଚରରେ ସାହାଯ୍ୟରେ ଯାତ୍ରୀ ଅନେକ ସ୍ଥାନରେ ଅଟକି ପାରିବାର ମଧ୍ୟ ବିକଳ୍ପ ରହିଛି । ଏହି ଫିଚରର ବ୍ୟବହାର ବୁକିଂ ସମୟରେ ମଧ୍ୟ କରାଯାଇ ପାରିବ । କିନ୍ତୁ ଯାତ୍ରା ମଧ୍ୟରେ ଯାତ୍ରୀ କେବଳ ତିନି ମିନିଟରୁ ଅଧିକ ସମୟ ରହି ପାରିବେ ନାହିଁ ବୋଲି କମ୍ପାନି ପ୍ରକାଶ କରିଛିି ।

କମ୍ପାନି କହିବା ଅନୁସାରେ, ଏହି ନୂଆ ‘ମଲ୍ଟି ଡେଷ୍ଟିନେସନ’ ଫିଚର ଜରିଆରେ ଯଦି ଯାତ୍ରୀ ନିଜର କୌଣସି ବନ୍ଧୁ ବା ସମ୍ପର୍କୀୟଙ୍କୁ ଗୋଟିଏ ସ୍ଥାନରୁ ପିକ୍ ଅପ ପରି ତାଙ୍କ ଗନ୍ତବ୍ୟ ସ୍ଥାନରେ ଛାଡି ପାରିବେ । ଅର୍ଥାତ୍ ଏବେ ଯାତ୍ରା ସମୟରେ ନିଜର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଆପଣ ନିଜେ ଯାତ୍ରା କରୁଥିବା ଗାଡ଼ିରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇପାରିବେ ।