ଉବର ବିରୋଧରେ ଆସିଲା ସଂଗୀନ ଅଭିଯୋଗ ! ଚାଳକଙ୍କ ପେଟରେ ଲାତ ମାରି ପ୍ରତିବର୍ଷ କମ୍ପାନୀ ବଞ୍ଚାଉଛି ୫ଶହ ମିଲିୟନ ଟଙ୍କା ।

28

କ୍ୟାବ୍ ସେବା ପ୍ରଦାନ କରୁଥିବା ଆମରିକୀୟ କମ୍ପାନି ଉବରକୁ ନେଇ ଚର୍ଚ୍ଚା । କମ୍ପାନି ନିଜ ଚାଳକମାନଙ୍କୁ ଧୋକା ଦେଇ ପ୍ରତି ବର୍ଷ ୫୦୦ମିଲିୟନ ଡ଼ଲାର ବଞ୍ଚାଉଥିବା ଅଭିଯୋଗ ହୋଇଛି । ଉବର କମ୍ପାନି କାଲିଫର୍ଣ୍ଣିଆରେ ଥିବା ନିଜର ଚାଳକମାନଙ୍କୁ ସ୍ୱତନ୍ତ୍ର କଣ୍ଟ୍ରାକ୍ଟର ବୋଲି ଦେଖାଇ ଏହି ଟଙ୍କା ବଞ୍ଚାଉଥିବା ଜଣାପଡ଼ିଛି । ସାନ୍ ଫ୍ରାନସିସକୋର ଅଦାଲତରେ ଏ ନେଇ କମ୍ପାନି ବିରୋଧରେ ମାମଲା ରୁଜୁ କରାଯିବା ସହ କମ୍ପାନି ଏପରି କରି ଅଦାଲତର ନିୟମ ଭଙ୍ଗ କରୁଥିବା ଅଭିଯୋଗ ହୋଇଛି ।

ଉବର ନିଜ ଚାଳକଙ୍କୁ କର୍ମଚାରୀ ବୋଲି ନ ଦର୍ଶାଇ ତାଙ୍କ ଅଧିକାର ଥିବା ଟଙ୍କାକୁ ହଡ଼ପ କରୁଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । କମ୍ପାନି ଚାଳକଙ୍କୁ ନିଜ କର୍ମଚାରୀ ବୋଲି ନ ଦେଖାଇବା ସହ ନିମ୍ନତମ ବେତନ,ଓଭରଟାଇମ୍,ଖାଦ୍ୟ,ହେଲଥ ଇନ୍ସୁରାନ୍ସର ସୁବିଧା ମଧ୍ୟ ଦେଉ ନଥିବା ଜଣା ପଡ଼ିଛି । ଏକ କାର୍ ଡ଼େଲିଭରି ସର୍ଭିସ ଏହି ଅଭିଯୋଗ ଆଣିବା ସହ ବେଆଇନ୍ ଭାବରେ ଉବେର ଟଙ୍କା ବଞ୍ଚାଉଥିବା ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ଉବର ତରଫରୁ ଏହି ମାମଲାକୁ ନେଇ କୌଣସି ପ୍ରତିକ୍ରିୟା ରଖା ଯାଇ ନଥିବା ଜଣାପଡ଼ିଛି ।