ଏଣିକି ମଝି ଆକାଶରୁ କରିପାରିବେ ଫୋନ କଲ !  ବିମାନରେ ମୋବାଇଲ ଫୋନ ବ୍ୟବହାରକୁ ମିଳିଲା ମଞ୍ଜୁରୀ ।

31

ଖୁବ ଶୀଘ୍ର ଆପଣ ବିମାନ ଯାତ୍ରୀ ସମୟରେ ନା କେବଳ ମୋବାଇଲରେ କଥା ହୋଇପାରିବେ ବରଂ ଇଣ୍ଟରନେଟ ବ୍ୟବହାର ମଧ୍ୟ କରିପାରିବେ । କେନ୍ଦ୍ର ସୂଚନା ଆୟୋଗ, ବିମାନ ଯାତ୍ରା ସମୟରେ ମୋବାଇଲ ବ୍ୟବହାରର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଆଜି ମିଳିଥିବା ଏହି ମଞ୍ଜୁରୀ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ପାଇଁ ଲାଗୁ ହେବ ।

 

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ( ଟିଆରଏଆଇ) ଦ୍ୱାରା ଏହି ସମ୍ବନ୍ଧରେ ଦିଆଯାଇଥିବା ସମସ୍ତ ପ୍ରସ୍ତାବକୁ ଦୂରସଂଚାର ଆୟୋଗ ନିଜ ମଞ୍ଜୁରୀ ଦେଇଛନ୍ତି । ଏହା ପରେ ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇଯିବ ।

ସୂଚନା ଅନୁଯାୟୀ, ଆପଣ ଯେତେବେଳେ ବିମାନ ଯାତ୍ରା କରିଥାନ୍ତି, ସେତେବେଳେ ଆପଣଙ୍କୁ ଆପଣଙ୍କର ମୋବାଇଲ ଫୋନରେ ଫ୍ଲାଇଟ ମୋଡ ଅନ କରିବାକୁ ପଡିଥାଏ । ବିମାନ ଯାତ୍ରା ସମୟରେ ଆପଣ ମୋବାଇଲ ଫୋନର ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଏହି ପ୍ରସ୍ତାବ ଉପରେ ଏବେ ମଞ୍ଜୁରୀ ମିଳିବା ପରେ ଆପଣ ବିମାନ ଯାତ୍ରା ସମୟରେ ଆପଣଙ୍କ ମୋବାଇଲ ଫୋନକୁ ବ୍ୟବହାର କରିପାରିବେ ।

 

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆର ସୂଚନା ଅନୁଯାୟୀ, ବିମାନ ୩ ହଜାର ମିଟର ଉପରେ ପହଞ୍ଚିବା ପରେ ମୋବାଇଲର ବ୍ୟବହାର କରାଯାଇପାରିବ । ଆଉ ଏଥି ପାଇଁ ଆପଣଙ୍କୁ ଏୟାରପ୍ଲେନ ମୋଡ ବନ୍ଦ କରି ରଖିବାକୁ ପଡିବ । ଦୂରସଂଚାର ସଚିବ ଅରୁଣ ସୁନ୍ଦରରାଜନ କହିଛନ୍ତି ଯେ, ଯାତ୍ରୀମାନଙ୍କର ଅଭିଯୋଗର ସମାଧାନ କରିବା ପାଇଁ ଲୋକପାଳ ମଧ୍ୟ ଗଠନ କରାଯିବ ।

 

ତେବେ ଏହି ପ୍ରକ୍ରିୟା ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆର ଅଧିନିୟମ ଅନୁଯାୟୀ କରାଯିବ । ସେ କହିଛନ୍ତି ଯେ, ଏଥି ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆର ଅଧିନିୟମରେ ସଂଶୋଧନ କରାଯିବ । ସୁନ୍ଦରରାଜନ କହିଛନ୍ତି ଯେ, ପ୍ରତି ତିନି ମାସରେ ଟେଲିକମ ସେକ୍ଟର ସହ ଯୋଡିହୋଇଥିବା ୧ କୋଟିରୁ ଅଧିକ ଅଭିଯୋଗ ଆସିଥାଏ । ତେଣୁ ଏପରି କରାଯିବା ଦ୍ୱାରା ଯାତ୍ରୀ ମାନଙ୍କର ଅଭିଯୋଗକୁ ଭଲ ଭାବରେ ଏବଂ ତୁରନ୍ତ ସମାଧାନ କରାଯାଇପାରିବ ।