ଆପଣ ମଧ୍ୟ ଆକାଶରେ ଉଡାଇପାରିବେ କାର ! ଆବଶ୍ୟକ ହେବନି କୌଣସି ଲାଇସେନ୍ସ ।

51

ଆକାଶରେ ଉଡିବାର ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ତେବେ କୌଣସି ପ୍ରତିବନ୍ଧକ ତଥା ଅର୍ଥାଭାବ କାରଣରୁ କେହି କେହି ଏହି ସ୍ୱପ୍ନ ପୁରଣ କରିପାରି ନଥାନ୍ତି । ଗୁଗୁଲର କୋ-ଫାଉଣ୍ଡର ଲେରୀ ପେଜଙ୍କ ଷ୍ଟାର୍ଟଅପ କମ୍ପାନୀ କୀଟି ହାକ ଉଡୁଥିବା କାରର ସ୍ୱପ୍ନ ପାଖାପାଖି ପୂରଣ କରିସାରିଲେଣି । ବିଦ୍ୟୁତ ଦ୍ୱାରା ଚାଳିତ ଏହି ଉଡନ୍ତା କାର ଏବେ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । ୧୦ଟି ପ୍ରୋପେଲର ସାହାଯ୍ୟରେ ଉଡୁଥିବା ଏହି କାର ୬ ମାଇଲ ଅର୍ଥାତ ୯.୬୫୬୦୬ ପ୍ରତି ଘଣ୍ଟା ସ୍ପିଡରେ ଉଡିପାରିବ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୁଗୁଲର କୋ-ଫାଉଣ୍ଡର ଲେରୀ ପେଜଙ୍କ ଷ୍ଟାର୍ଟଅପ କମ୍ପାନୀ କିଟୀ ହାକ ପକ୍ଷରୁ କୁହାଯାଇଛି ଯେ, ଏହି ଉଡନ୍ତା କାର ଚଲାଇବା ପାଇଁ ପାଇଲଟ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ଲାଇସେନ୍ସର ଆବଶ୍ୟକତା ନାହିଁ । ଏହି କାର ପାଇଁ ପ୍ରି ଅର୍ଡର ଏବଂ ପବ୍ଲିକ ଟେଷ୍ଟିଙ୍ଗ ମଧ୍ୟ ଆରମ୍ଭ କରାଯାଇସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ କାରର ମୂଲ୍ୟ ବାବଦରେ କୌଣସି ସୂଚନା ଜାରି କରାଯାଇନାହିଁ ।

କମ୍ପାନୀର କହିବା ଅନୁଯାୟୀ, ମାତ୍ର ୧ ଘଣ୍ଟାର ଟ୍ରେନିଙ୍ଗ ପାଇବା ପରେ ଯେକୌଣସି ବ୍ୟକ୍ତି ଏହି କାରକୁ ଉଡାଇପାରିବେ । ତେବେ ଖୁବ ଶୀଘ୍ର ଏହି କାରଟି ୫୦ ରୁ ୧୦୦ ମାଇଲ ପ୍ରତି ଘଣ୍ଟା ବେଗରେ ଉଡିପାରିବ । ଏହି କାରର ଓଜନ ୧୦୦ କିଲୋଗ୍ରାମ ରହିଛି । କମ୍ପାନୀ ଏହି କାରରେ ପାରାଶୁଟର ବ୍ୟବସ୍ଥା ମଧ୍ୟ ଦେଇପାରେ । ଏହି କାରଟି ହେଲିକାପ୍ଟର ପରି ଅଟେ, କିନ୍ତୁ ଏଥିରେ ଅପରେଟିଙ୍ଗ ହ୍ୟାଣ୍ଡେଲ ଛାଡିବା ପରେ କାରଟି ଉଡିବାରେ ଲାଗିଥାଏ । କମ୍ପାନୀ ପକ୍ଷରୁ ଏକ ଟେଷ୍ଟିଙ୍ଗ ଭିଡିଓ ମଧ୍ୟ ଜାରି କରାଯାଇଛି ।