ରାସ୍ତାରେ ଲାଗିଲା ଟାୟାର କିଲର୍ସ ! ଭୁଲ ଦିଗରେ ଗାଡି ଚଲାଇଲେ ଚକା ହେବ ପଙ୍କଚର୍ । ଜାଣନ୍ତୁ କେଉଁଠି ।

48

ଏଣିକି ଭୁଲ ରାସ୍ତାରେ ଗାଡି ଚାଳନା କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯଦି ଆପଣ ସଠିକ ରାସ୍ତାରେ ନଯାଇ ଓଲଟା ରାସ୍ତାରେ ଯିବାକୁ ଚେଷ୍ଟା କରିବେ ତେବେ ଆପଣଙ୍କ ଗାଡିର ଟାୟାର ପଙ୍କଚର ହୋଇଯିବ ।

ମହାରାଷ୍ଟ୍ର ପୁଣେ ଜିଲ୍ଲାରେ ଟ୍ରାଫିକ ନିୟମର ଉଲଂଘନ କରୁଥିବା ଚାଳକଙ୍କ ପାଇଁ ପରିବହନ ବିଭାଗ ତରଫରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆ ଯାଇଛି । ପୁଣେରେ ରାସ୍ତାରେ ଓଲଟା ଦିଗରେ ଗାଡ଼ି ଚଳାଉଥିବା ଚାଳକମାନଙ୍କ ପାଇଁ ସଡ଼କରେ ‘ଟାୟାର କିଲର୍ସ’ ଲଗାଯାଇଛି।

ସଡ଼କରେ ଲଗା ଯାଇଥିବା ‘ଟାୟାର କିଲର୍ସର ବିଶେଷତ୍ୱ ହେଉଛି ଏହା ସଠିକ୍ ଦିଗରେ ଆସୁଥିବା ଗାଡ଼ି ଚାଳକଙ୍କ ପାଇଁ ସ୍ପିଡ୍ ବ୍ରେକର୍ ଭାବେ କାମ କରିବ। ଅପର ପକ୍ଷରେ ଭୁଲ ଦିଶାରେ କିମ୍ବା ଓଲଟା ଦିଗରେ ଯାଉଥିବା ଚାଳକଙ୍କ ଗାଡ଼ି ପଙ୍କଚର୍ ହୋଇଯିବ।

ପୁଣେର ଅମାନୋରା ପାର୍କ ଟାଉନ୍ ଅଞ୍ଚଳରେ ଲଗାଯାଇଥିବା ଏହି ‘ଟାୟାର କିଲର୍ସ ଜରିଆରେ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଥିବା କଥା କୁହାଯାଉଛି। ସୋସିଆଲ ମିଡିଆରେ ଏହାର କିଛି ଫଟୋ ସେୟାର ହେବା ପରେ କେତେକ ଲୋକ ଏହାକୁ ନେଇ ପ୍ରତିକ୍ରିୟା ଦେଖାଇ କହିଛନ୍ତି, କୌଣସି ଦୁର୍ଘଟଣା ପରିସ୍ଥିତିରେ ଲୋକମାନଙ୍କୁ ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହେବ। ଏଥିସହିତ ଏହି ‘ଟାୟାର କିଲର୍ସଦ୍ୱାରା ଲୋକମାନଙ୍କ ଜୀବନ ମଧ୍ୟ ଚାଲି ଯାଇପାରେ। ଏମିତିରେ ପରିବହନ ବିଭାଗକୁ ଏହି ସ୍ଥାନରେ ଟାୟର କିଲର୍ସ ପରିବର୍ତ୍ତେ ଅନ୍ୟ କିଛି ବିକଳ୍ପ ଚିନ୍ତା କରିବା ଉଚିତ।