ହୁସିଆର ! ହ୍ୱାଟସଆପରେ ଏଭଳି ମେସେଜ୍ ପଠାଇ ଲକ୍ଷ ଲକ୍ଷ ଲୁଟିନେଉଛନ୍ତି ଦୁର୍ବୃତ, ଆପଣଙ୍କ ପାଖକୁ ଏଭଳି ମେସେଜ୍ ଆସୁଛି କି ?

41

ଅଭିନନ୍ଦନ, କୌନ୍ ବନେଗା କରୋଡପତିରେ ଆପଣଙ୍କ ନମ୍ବରକୁ ବେଷ୍ଟ୍ ନମ୍ବରର ମାନ୍ୟତା ମିଳିଛି । ତେଣୁ ଆପଣ ୫୦ ଲକ୍ଷ ଟଙ୍କା ଜିତିବାର ସୌଭାଗ୍ୟ ପାଇଛନ୍ତି । ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏଭଳି କଥା କାହିଁକି କହୁଛୁ । ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ ଏହିଭଳି ଫେକ୍ ମେସେଜ୍ ଆପଣଙ୍କ ନମ୍ବରକୁ କେତେ ବେଳେ ବି ଆସିପାରେ । କୌନ୍ ବନେଗା କରୋଡପତି ନା ଶୁଣି ଆପଣ ମଧ୍ୟ ଲୋଭରେ ଆସିଯାଉଥିବେ । ଯଦି ଆପଣଙ୍କ ପାଖକୁ ବି ଏଭଳି ମେସେଜ୍ ଆସୁଛି ତେବେ ଲୋଭ ନକରି ସତର୍କ ହୋଇଯାଆନ୍ତୁ । କୌନ୍ ବନେଗା କରୋଡପତି ନାଁରେ ଲକ୍ଷ ଲକ୍ଷ ଟଙ୍କାର ଲଟେରୀ ଲାଗିବା ମେସେଜକୁ ଆପଣଙ୍କ ହ୍ୱାଟସଆପ୍ ରେ ପଠାଇ ଇଣ୍ଟରନେଟ୍ କଲିଙ୍ଗ୍ ମାଧ୍ୟମରେ ଆପଣଙ୍କ ଟଙ୍କାକୁ ଉଡାଇ ନେଉଛନ୍ତି ଦୁର୍ବୃତ । ତେବେ ଏଭଳି ଏକ ଗ୍ୟାଙ୍ଗ୍ ଅନ୍ତରାଜୀୟକୁ ଏବେ ପୋଲିସ୍ ଠାବ କରିଛି । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ୍ ତା’ଭଳି ହିଁ ଉପାୟ ଆପଣାଇଥିଲା । ଗ୍ୟାଙ୍ଗର ହ୍ୱାଟସଆପ୍ ରେ ଏକ ଲିଙ୍କ୍ ପଠାଇବା କ୍ଷଣି ପୋଲିସ୍ ଏହି ଠକ ମାନଙ୍କୁ କାବୁ କରିନେଇଥିଲା । ଆଇପି ଆଡ୍ରେସ୍ ଟ୍ରେସ୍ ଆଉଟ୍ କରି ପୋଲିସ୍ ଟିମର ମାଷ୍ଟରମାଇଣ୍ଡ ରାଜୀବ କୁମାର ଏବଂ ବରୁଣ କୁମାରକୁ ନୁଆଦିଲ୍ଲୀରୁ ଗିରଫ କରିଛନ୍ତି । ତେବେ ଦୁୂହେଁ ବି.କମର ଛାତ୍ର ବୋଲି ଜଣାପଡିଛନ୍ତି ।

ନିକଟରେ ରାକେଶ ନାମକ ଯୁବକଙ୍କ ପାଖକୁ ଏଭଳି ଏକ ମେସେଜ ଆସିଥିଲା ଯେଉଁଥିରେ ଲଟେରୀ ଲାଗିବା କଥା କହି ଠକମାନେ ତାଙ୍କ ଠାରୁ ୧ ଲକ୍ଷ ୫୧ ହଜାର ଟଙ୍କା ଲୁଟିନେଇଥିଲେ । ଏହାପରେ ଏତେମାତ୍ରାରେ ଲଟେରୀ ଟଙ୍କା ପାଇବା ପରେ ମିଠେଇ ଆଣିବାକୁ ମଧ୍ୟ ରାକେଶଙ୍କୁ ଠକମାନେ କହିଥିଲେ । ଏହାପରେ ଠକେଇର ଅନୁଭବ ହେବା ପରେ ରାକେଶ ଏନେଇ ପୋଲିସକୁ ଅଭିଯୋଗ କରିଥିଲେ । ପୋଲିସ୍ ଏହାର ତଦନ୍ତ କରି ଠକମାନଙ୍କୁ ଖୋଜାଖୋଜି କରିଥିଲେ ଏବଂ ଶେଷରେ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ ଗିରଫ କରିଥିଲେ ।

କେବିସି ତରଫରୁ ଆସିନଥାଏ ଲଟେରୀ ଲାଗିବା ମେସେଜ୍ :

ପୋଲିସ୍ ଅଫିସରଙ୍କ କହିବାନୁସାରେ କେବିସି ତରଫରୁ ଲଟେରୀ ଲାଗିବା ନେଇ ଆସିନଥାଏ ମେସେଜ୍ । ତେବେ ଏଭଳି ମେସେଜରୁ ସତର୍କ ରହିବା ପାଇଁ ପୋଲିସ ତରଫରୁ କୁହାଯାଇଛି ।