ଗୁପ୍ତଧନ ଲାଲସାରେ ମରିଗଲା ମାନବିକତା ! ଧନପ୍ରାପ୍ତି ଆଶାରେ ୨ ବର୍ଷର ଶିଶୁପୁତ୍ରକୁ ବଳି ।

39

ସମୟ ସହ ତାଳ ଦେଇ ଲୋକଙ୍କ ମଧ୍ୟରେ ଆଧୁନିକତାର ଉତ୍ସାହ ବଢୁଛି । କିନ୍ତୁ କିଛି କ୍ଷେତ୍ରରେ ଲୋକ ଏବେ ବି ଅନ୍ଧବିଶ୍ୱାସର ଅନ୍ଧକାର ଭିତରେ ଚାପି ହୋଇ ରହିଛନ୍ତି । ଏହି ଅନ୍ଧବିଶ୍ୱାସ ପାଇଁ ଯଦି କାହା ଜୀବନ ବି ନେବାକୁ ପଡେ ତେବେ ଏହି ଲୋକମାନେ ପଛଘୁଞ୍ଚା ଦିଅନ୍ତି ନାହିଁ । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଖଣ୍ଡାଲା ଅଞ୍ଚଳରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା । ଗୁପ୍ତଧନ ପାଇବା ଆଶାରେ ଜଣେ ଆତତାୟୀ ୨ ବର୍ଷ ଶିଶୁପୁତ୍ରକୁ ବଳି ଦେବା ଘଟଣା ଏବେ ସାମ୍ମାକୁ ଆସିଛି । ଏଠାକାର ବାସିନ୍ଦା ଅଶୋକ ମେଶ୍ରାମଙ୍କ ପୁଅ ୟୁଗ୍ ମେଶ୍ରାମ୍ ଏବଂ ଭାଇ ହର୍ଷଲ ଘର ବାହାରେ ଖେଳୁଥିବା ସମୟରେ ହର୍ଷଲ ଘରକୁ ଫେରିଥିବାବେଳେ ୟୁଗ୍ ଆଉ ଘରକୁ ଫେରିନଥିଲା ।

ପୁଅ ଘରକୁ ନ ଫେରିବା ପରେ ଚିନ୍ତିତ ବାପାମା’ ପୁଅ ନିଖୋଜ ହେବା ଖବର ଥାନାରେ ଦେଇଥିଲେ । ପୋଲିସର ଜାଞ୍ଚ୍ ପରେ ଜଣାପଡିଲା ଅଶୋକଙ୍କ ପଡୋଶୀ ସୁନିଲ ଏବଂ ପ୍ରମୋଦ କଳାଯାଦୁରେ ମାହିର ଥିଲେ ଏବଂ ଗୁପ୍ତଧନ ପାଇବା ଲାଳସାରେ ସେମାନେ ୟୁଗକୁ ବଳି ଦେଇଥିଲେ । ଶିଶୁପୁତ୍ରର ଶବ ହତ୍ୟାକାରୀଙ୍କ ବାରି ପଛପଟେ ଥିବା ଡଷ୍ଟବିନ୍ ମିଳିଥିଲା ଏବଂ ଶବ ମୁଣ୍ଡରେ ସିନ୍ଦୁର ଟୀକା ମଧ୍ୟ ଲାଗିଥିବାର ଦେଖିବାକୁ ମିଳିଥିଲା ।