ଗୋଟିଏ ରେଳ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତା ଦୁଇଟି ଟ୍ରେନ୍ ! ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତି ଗଲେ ଶହ ଶହ ଯାତ୍ରୀ

37

କନକ ବ୍ୟୁରୋ : ଭାରତୀୟ ରେଳବାଇର ଦାୟିତ୍ୱହୀନତା ହେତୁ ଶହ ଶହ ଯାତ୍ରୀ ଏକ ବିରାଟ ଦୁର୍ଘଟଣାର ଶିକାର ହୋଇଥାନ୍ତେ । ଫେବ୍ରୁଆରି ୯ ତାରିଖରେ ଏହି ଦୁର୍ଘଟଣାଟି ଘଟିବାକୁ ଯାଉ ଯାଉ ଅଳ୍ପକେ ବର୍ତ୍ତି ଯାଇଛି । ଗୋଟାଏ ରେଳ ଟ୍ରାକ୍‌ରେ ଏକା ଥରରେ ଦୁଇ ଦୁଇଟି ଟ୍ରେନ୍‌ ମୁହାଁମୁହିଁ ହୋଇଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି । ଗେଟାଏ ଟ୍ରାକ୍‌ରେ ସେପାଖରୁ ଆସୁଛି ହରିଦ୍ୱାର-ଦିଲ୍ଲୀ ପାସେଞ୍ଜର୍‌ ଟ୍ରେନ୍‌ ଏବଂ ଅନ୍ୟ ପାଖରୁ ଆସୁଛି ଶାହାରନପୁର-ଦିଲ୍ଲୀ ପାସେଞ୍ଜର୍‌ ଟ୍ରେନ୍‌ ।

ଏହି ଦୃଶ୍ୟର ଭିଡିଓ ଏମ୍‌. ସି ଚୌଧୁରୀ ନାମକ ଜଣେ ବ୍ୟକ୍ତି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ୍‌ କରିଛନ୍ତି । ଘଟଣାସ୍ଥଳରେ ବହୁ ଦେଖଣାହାରୀ ଉପସ୍ଥିତ ରହି ମୋବାଇଲ୍‌ରେ ସୁଟିଂ କରୁଥିବା ଦେଖିବାକୁ ମିଳୁଛି । ପ୍ରାୟ ୫୦୦ ମିଟର ଦୂରତାରେ ୨ଟି ଟ୍ରେନ୍‌ ନଚାଲି ସ୍ଥିର ରହିଛି । ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ତଳେ ଏପାଖ ସେପାଖ ହେବା ସହ ଫଟୋ, ଭିଡିଓ ନେବାରେ ବ୍ୟସ୍ତ ରହିଛନ୍ତି । ତେବେ ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଶହ ଶହ ଲୋକ ବର୍ତ୍ତି ଯାଇଛନ୍ତି ବୋଲି ଅପ୍‌ଲୋଡକାରୀ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି ।