ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ନେଇ ଦୁଇ ସାର୍ପ ସୁଟରଙ୍କୁ ଗିରଫ କଲା ଏସଟିଏଫ୍ ! ଉଭୟଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ଥିବା ସୂଚନା ।

28

କନକ ବ୍ୟୁରୋ : ଗିରଫ ହେଲେ ଟିଟୋର ଦୁଇ ସହଯୋଗୀ  । କ୍ରାଇମବ୍ରାଂଚ ସୂଚନା ଅନୁଯାୟୀ ଏସଟିଏଫ୍ ଆଜି ୨ ସାର୍ପ ସୁଟରଙ୍କୁ ଗିରଫ କରିଛି  । ଗିରଫ ହୋଇଥିବା ଦୁଇ ସାର୍ପ ସୁଟର୍ ହେଲେ ସେଖ୍ ସୟଦ୍ ଓ ବାବୁଲା ପତି  । ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ସୟଦ ଓ ବାବୁଲା ନାଁରେ ପାଖାପାଖି ୨୫ରୁ ଅଧିକ ମାମଲା ଥିବା କ୍ରାଇମବ୍ରାଂଚ ସୂଚନା ଦେଇଛି  । ଗିରଫ ସାର୍ପ ସୁଟର୍ ଗ୍ୟାଙ୍ଗଷ୍ଟର୍ ଟିଟୋ ଈଶାରାରେ କାମ କରୁଥିବା ଏସଟିଏଫ୍ ଜାଣିବାକୁ ପାଇଛି  । ଗିରଫ ପରେ ଏସଟିଏଫ୍ ଦୁଇ ସାର୍ପ ସୁଟରଙ୍କୁ ଜେରା କରୁଛି  । ତେବେ ଖୋଳତାଡ଼ ପରେ ଟିଟୋ ସମ୍ପର୍କରେ ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିବାର ଅନୁମାନ କରାଯାଉଛି  ।

ବାବୁଲା ପତ୍ରି । ଘର କେନ୍ଦ୍ରାପଡା । ପେସାରେ କଂଟ୍ରାକ୍ଟର, ହେଲେ ନିଶା ତାର ସାର୍ପସୁଟର, ଟଙ୍କା ପାଇଁ ସେ କିଛି କରିବାକୁ ପଛାଏନି । ଟି ବ୍ରଦର୍ସଙ୍କର ଗୋଟିଏ ଇସାରାରେ ରକ୍ତର ନଇ ବୁହାଇଦିଏ ଏହି ସୁପାରି କିଲର । ଏହି ସାର୍ପସୁଟର ଜଣକ ଟିଟୋର ଭାଇ ସପୁ ଓରଫ ସଏଦ ଇମ୍ରାନ ଅଲ୍ଲୀ ପାଇଁ କାମ କରେ । ଏହି ଅଭିଯୋଗରେ ଏହି ସାର୍ପ ସୁଟରକୁ କେନ୍ଦ୍ରାପଡାରୁ ଉଠାଇଆଣି ଭୁବନେଶ୍ୱରରେ ଜେରା କରୁଛି ଏସଟିଏଫ । ଗୋଟିଏ କିମ୍ବା ୨ଟି ନୁହେଁ ୫୦ରୁ ଅଧିକ ହତ୍ୟାକାଣ୍ଡ ପାଇଁ ସୁପାରି ନେଇଥିଲା ଏହି ସାର୍ପସୁଟର ବାବୁଲା । ଟେଣ୍ଡର ପାଇଁ ଏହି ସାର୍ପସୁଟର ୨୫ରୁ ଅଧିକ ହତ୍ୟାକାଣ୍ଡ ଘଟାଇଥିବା ଏସଟିଏଫ ତାର ତଦନ୍ତରୁ ଜାଣିବାକୁ ପାଇଛି ।

ଅନ୍ୟଜଣେ ସାର୍ପସୁଟର ସେଖ୍ ସାୟିଦକୁ ବି ଜେରା କରୁଛି ଏସଟିଏଫ୍ । ଟିଟୋର କଟକ ସାମ୍ରାଜ୍ୟର ଦାୟିତ୍ୱ ଥିଲା ସାୟିଦର । ସାୟିଦ ବି ଜଣେ ସାର୍ପସୁଟର । ସେ ଟିଟୋର ଭାଇ ଜି.ବାବୁ ଓରଫ ସୟଦ ଅସପକ ଅଲ୍ଲୀ ପାଇଁ କାମ କରୁଥିଲା । ଜି.ବାବୁ ଟେଣ୍ଡର ପାଇଁ ନାଁରେ ଡର୍ଜନେରୁ ଅଧିକ ଲୋକଙ୍କୁ ରାସ୍ତାରୁ ହଟାଇଥିବା ନେଇ ଏସଟିଏଫକୁ କହିଛି । ଏନକାଉଣ୍ଟର ପରେ ଟିଟୋ ସାମ୍ରାଜ୍ୟର ଖୋଳତାଡ କରୁଛି ଏସଟିଏଫ୍ । ଆଉ ଏବେ ଟିଟୋର ୬ ଭାଇଙ୍କୁ ଏବେ ଏସଟିଏଫ ଖୋଜୁଛି । ସେମାନଙ୍କ ଭିତରୁ ଜି.ବାବୁ ଏବଂ ସଫୋ ରହିଛନ୍ତି ଏସଟିଏଫର ଟାର୍ଗେଟରେ । ଆସନ୍ତାକାଲି ଟିଟୋର ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ, ଏହି ୨ ସାର୍ପସୁଟରଙ୍କୁ କୋର୍ଟ ଚାଲାଣ କରିବା ପରେ ରିମାଣ୍ଡରେ ଆଣିବ ବୋଲି ଏସଟିଏଫ କହିଛି । ତେବେ ଇଓସିଏଲର ଲେବର ଟ୍ରେଡ୍ ୟୁନିଅନର ନେତା ରାକେଶ ପଟ୍ଟନାୟକଙ୍କୁ ମାରାଥନ ଜେରା କରିଛି ଏସଟିଏଫ୍ । ବିଶେଷକରି ଟିଟୋ ସହ ରାକେଶଙ୍କର କି ପ୍ରକାରର ଲିଙ୍କ ରହିଛି ସେନେଇ ଜେରା କରିଛି ଏସଟିଏଫ୍ ।