କୁଆଖାଇରେ ଗାଧୋଇଥିବା ବେଳେ ବୁଡିଗଲେ ୨ ଛାତ୍ର: ଜଣକ ମୃତଦେହ ଉଦ୍ଧାର କଲା ଅଗ୍ନିଶମ, ଆଉ ଜଣେ ମହିଳା ବି ଉଦ୍ଧାର, ଅନ୍ୟ ଜଣେ ଛାତ୍ର ନିଖୋଜ

24

କନକ ବ୍ୟୁରୋ: କୁଆଖାଇ ନଦୀରେ ନିଖୋଜ ୨ ଛାତ୍ରଙ୍କ ମଧ୍ୟରୁ ଜଣେ ଉଦ୍ଧାର । ଅଗ୍ନିଶମ କର୍ମଚାରୀ ଜଣକୁ ଉଦ୍ଧାର କରିଛନ୍ତି । ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଇଛି । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ରଟିର ନାଁ ସଫିତ୍ ଦିଗାଲ୍ ଥିବା ସୂଚନା ମିଳିଛି । ବର୍ତ୍ତମାନ ଯାଏଁ ଆଉ ଜଣେ ନିଖୋଜ ଅଛନ୍ତି । ଗାଧୋଉଥିବା ବେଳେ ୨ ଜଣ ଛାତ୍ର ବୁଡିଯାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଆଚାର୍ଯ୍ୟ ବିହାର ନିକଟସ୍ଥ ବିଶ୍ୱେଶରର ବସ୍ତିରେ ରହୁଥିବା ଦୁଇ ଜଣ ଓ ଜୟଦେବ ବିହାର ନିକଟସ୍ଥ ଆତ୍ମାରାମ ବସ୍ତିରେ ରହୁଥିବା ଜଣେ ଛାତ୍ର ୟୁନିଟ -୯ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ନ୍ତି। ଆଜି ସେମାନେ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବନ୍ୟା ସ୍ରୋତରେ ଭାସି ଯାଇଥିଲେ।

ସଙ୍ଗେ ସଙ୍ଗେ ଏ ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନଶମ ବିଭାଗର ଆଗ୍ନିକମାନେ ଭରା ନଈରେ ପଶି ଭାସିଯାଉଥିବା ଛାତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଜୋରସୋର ଉଦ୍ୟମ ଚଳାଇଛି। ତେବେ ନିଖୋଜ ଛାତ୍ରମାନଙ୍କୁ ଖୋଜୁଥିବା ବେଳେ କୁଆଖାଇ ପୋଲିରୁ ଡେଇଁ ପଡ଼ିଥିବା ଜଷର ମହିଳାଭ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍‌ଦାର କରିଛନ୍ତି। ସେ ଜଣେ ହୋମ ଗାର୍ଡ ଓ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ସେ ଚାକିରି କରନ୍ତି।