ଭଡାରେ ଉବର ଡାକିଲେ ! ଡ୍ରାଇଭରଙ୍କୁ ଅତି ନିର୍ମମ ଭାବେ ହତ୍ୟା ସହ କାର ଲୁଟ୍ କରି ଚମ୍ପଟ ହୋଇଗଲେ ଦୁଇ ଦୁର୍ବୃତ୍ତ ।

33

କନକ ବ୍ୟୁରୋ : ଭଡ଼ା ବାହାନା ଡାକି ଉବର ଡ୍ରାଇଭରଙ୍କୁ ଡାକିଲେ ଏବଂ କାର ଲୁଟ୍ କରି ଚମ୍ପଟ୍ ହୋଇଗଲେ ଦୁଇ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ କାର ନେଇ ଫେରାର୍ ହୋଇଯାଇଥିବା ଦୁର୍ବୃତ୍ତଙ୍କୁ ଖୋଜୁଛି କମିଶନରେଟ୍ ପୁଲିସ ।

ଉବର ଅଫିସରୁ କଲ ପାଇ, ପ୍ରାୟ ଭୋର୍ ୪ଟା ବେଳେ ଖଣ୍ଡଗିରି ଅଂଚଳ ପହଂଚିଥିଲେ ଗାଡି ଡ୍ରାଇଭର ତଥା ମାଲିକ ବନେଶ ମହାକୁଡ଼ । ହେଲେ ସେଠାରେ କାହାରିକୁ ନପାଇ, ଉବର ବୁକ୍ କରିଥିବା ନମ୍ବରରେ ଫୋନ୍ କରିଥିଲେ । ଆଉ ଅଚାନକ ଏକ ସ୍କୁଟିରେ ଉବର ଡ୍ରାଇଭରଙ୍କ ପାଖରେ ପହଂଚିଥିଲେ ଦୁଇ ଜଣ ବ୍ୟକ୍ତି । ଡ୍ରାଇଭର ଉମେଶଙ୍କ ପାଖକୁ ଯାଇ ଅତର୍କିତ ଭାବରେ ଜଣେ ଭୁଜାଲିରେ ହାଣି ପକାଇଥିଲେ । ଭୁଜାଲି ମାଡ଼ରେ ବନେଶ ଛଟପଟ ହେଉଥିବା ବେଳେ ଜଣେ କାର୍ ନେଇ ଚମ୍ପଟ୍ ମାରି ଦେଲା ଏବଂ ଆଉ ଜଣେ ସ୍କୁଟିରେ ଦେଖୁ ଦେଖୁ ଉଭାନ୍ ହୋଇଗଲା ।

ଶୁନଶାନ୍ ରାସ୍ତାରେ ଡ୍ରାଇଭରକୁ ଏକୁଟିଆ ପାଇ, ନିଜ ପୂର୍ବ ନିର୍ଦ୍ଧାରିତ ଯୋଜନାକୁ ଚୁଡାନ୍ତ ରୁପ ଦେଇ ଫେରାର୍ ହୋଇଯାଇଥିଲେ ଦୁଇ ଦୁର୍ବୃତ୍ତ । ଆଉ ବେଶ କିଛି ସମୟ ଧରି ରାସ୍ତାକଡ଼ରେ ଛଟପଟ ହେଉଥିବା ବନେଶଙ୍କ ଉପରେ ପଡ଼ିଥିଲା, ମଣ୍ଣିଂ ୱାକରେ ଯାଉଥିବା ଲୋକମାନଙ୍କ ନଜର । ଏବେ ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଉବର ଡ୍ରାଇଭର ବନେଶ ମହାକୁଡ଼ । ତାଙ୍କ ଜଙ୍ଘରେ ଗୁରୁତର ଭାବେ ଆଘାତ ଲାଗିଛି । ଏପଟେ ଦୃର୍ବୃତଙ୍କୁ ଧରିବା ପାଇଁ ଜାଲ ବିଛାଇଛି କମିଶନରେଟ୍ ପୋଲିସ ।

ଗୋଟିଏ ଫୋନ୍ କଲରେ ଆପଣ ଅତି ଆରାମରେ ଓଲା-ଉବର ଭଳି କ୍ୟାପରୁ ଗାଡ଼ି ପାଇଯାଉଛନ୍ତି । ହେଲେ କିଛି ଛଦ୍ମବେଶୀ ଗ୍ରାହକଙ୍କ ପାଇଁ ବେଳେବେଳେ ଡ୍ରାଇଭରଙ୍କ ଜୀବନ ବାଜି ଲାଗିଯାଉଛି । ଭୁବନେଶ୍ୱରର ଏହି ଘଟଣା ଯାହାର ଏକ ବଡ ଉଦାହରଣ । ବଡ କଥା ହେଉଛି- ଦୁର୍ବୃତ୍ତମାନେ ଲୋକଙ୍କୁ ହାଣି ଗାଡ଼ି ଛଡ଼ାଇ ନେବା ଘଟଣା ଭୁବନେଶ୍ୱରରେ ନୂଆ ନୁହେଁ । ପୂର୍ବରୁ ଏଭଳି ସମାନ୍ ଢ଼ଙ୍ଗରେ କାର୍ ଏବଂ ବାଇକ୍ ଛଡ଼ାଇ ନେବାର ଅନେକ ଉଦହାରଣ ମଧ୍ୟ ରହିଛି ।