ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁଅଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ! ୧୦୮ ଆମ୍ବୁଲାନ୍ସ ସହ ଧକ୍କା ଦେଲା ବିଜୟଙ୍କ କାର, ମେଡିକାଲରେ ଭର୍ତ୍ତି

45

କନକ ବ୍ୟୁରୋ: ଗତକାଲି ରାତିରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ବାଲିକୁଦା- ଜଗତସିଂହପୁର ରାସ୍ତା ମଝିରେ ଏକ କାର ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ, ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଶ୍ରୀ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ବେଳେ ବିଜୟ ଶଙ୍କର ଦାସ ଓ ତାଙ୍କର ଜଣେ ବନ୍ଧୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବାଲିକୁଦା- ଜଗତିସିଂହପୁର ରାସ୍ତାରେ ଭାରାସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ। ତେବେ ଗାଡ଼ିଟି ନୂଆ ଥିବା ବେଳେ ଏଥିରେ ଜୀବନରକ୍ଷା କାରୀ ଏୟାର ବେଲୁନ ଥିଲା। ଫଳରେ ଏହି ଏୟାର ବେଲିନ ଯୋଗୁଁ ଉଭୟ ରକ୍ଷା ପାଇ ଯାଇଥିଲେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।