ଅନଲାଇନରେ ବିବାହ ପ୍ରସ୍ତାବ ଗ୍ରହଣ କରି ଫସିଗଲେ ଓଡିଆ ମହିଳା ! ଆମେରିକାର ଡାକ୍ତର କହି ୧୦ ଲକ୍ଷ ଟଙ୍କା ଠକି ନେଲେ ନାଇଜେରିଆର ଦୁଇ ଠକ

34

କନକ ବୁରୋ : ଫୋନ କଲ କରି ଆକାଉଂଟ ନମ୍ବର, ଏଟିଏମ୍ ନମ୍ବର ମାଗିବା, ଗିଫ୍ଟ ପାଇଁ ଟଙ୍କା ପୈଠ କରିବା ଭଳି ଅନେକ ଖବର ଆପଣ ଶୁଣି ଥିବେ । କେହି କେହି ଏଭଳି ତିକ୍ତ ଅନୁଭୂତି ନିଜେ ଅଙ୍ଗେ ବି ନିଭେଇ ଥିବେ । ତେବେ ଏଭଳି ଏକ କାହାଣୀ, ଯାହା ଅନଲାଇନରେ ଚାଟିଂ କରୁଥିବା, ବିବାହ ପ୍ରସ୍ତାବ ଖୋଜୁଥିବା ଏବଂ ବ୍ୟବସାୟର ସ୍ୱପ୍ନ ଦେଖୁଥିବା ଲୋକଙ୍କ ଆଖି ଖୋଲିଦେବ । କ୍ରାଇମବ୍ରାଂଚ୍ ବୁଢ଼ିଆଣି ଜାଲରେ ଛନ୍ଦି ହୋଇଥିବା ଦୁଇ ଜଣ ଅପରାଧୀ ହେଉଛନ୍ତି ନାଇଜେରିଆର ମୁଳ ବାସିନ୍ଦା ଆଲେକ୍ସ ଏବଂ ଏରିକୁମେ । ଓଡ଼ିଶାର ଜଣେ ମହିଳାଙ୍କୁ ମିଛ ପରିଚୟ ଦେଇ ନିଜ ଜାଲରେ ଫସାଇ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କା ।

ଓଡ଼ିଶାର ଜଣେ ମହିଳା ଜଣକ ଏକ ମେଟ୍ରିମୋନିଆଲ ସାଇଟରେ ନିଜ ପ୍ରୋଫାଇଲ ଖୋଲିଥିଲେ ଆଉ  ମହିଳାଙ୍କୁ ଟାର୍ଗେଟ୍ କରି ନାଇଜେରିଆର ଦୁଇ ଅଭିଯୁକ୍ତ ଭୂପିନ୍ଦର ସିଂ ନାଁରେ ଏକ ଫେକ୍ ଆକାଉଣ୍ଟ ଖୋଲି ମହିଳାଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିଥିଲେ ଆମେରିକାରେ ଡାକ୍ତର ଥିବା ପରିଚୟ ଦେଇ ମହିଳାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ ଚାଟିଂ କରି ବିଶ୍ୱାସ ଭାଜନ ହେବା ପରେ ଓଡ଼ିଶାରେ ଏକ କ୍ଲିନିକ୍ ଖୋଲିବାକୁ ପ୍ରସ୍ତାବ ବି ଦେଇଥିଲେ

ଆଉ ତାପରେ ଏକ କୋରିୟର ସଂସ୍ଥାରୁ ଜଣେ ମହିଳା ଫୋନ୍ କରି କହିଥିଲେ, ଆପଣଙ୍କ ନାଁରେ ଆସିଥିବା ବିପୁଳ ପରିମାଣର ବିଦେଶୀ ମୁଦ୍ରାକୁ ଦିଲ୍ଲୀ ଏକ୍ସସାଇଜ୍ ବିଭାଗ ଜବତ କରିଛି ଏବଂ ଓଡ଼ିଶା ଯାଇ ତାଙ୍କୁ ଗିରଫ କରିବ ଆଉ ଏଥିରୁ ବଂଚିବା ପାଇଁ ହେଲେ ଟଙ୍କା ପଠାଇବାକୁ ହେବ ଏହି ଘଟଣାରେ ଭୟଭୀତ ହୋଇ ୮ଟି ଆକାଉଣ୍ଟରେ ସାଢ଼େ ୧୦ ଲକ୍ଷ ଟଙ୍କା ପଠାଇଥିଲେ ଏହି ମହିଳା ଦିଲ୍ଳୀରେ ବସି ଆମେରିକାର କାହାଣୀ କହୁଥିବା ନାଇଜେରିଆର ଦୁଇ ଅଭିଯୁକ୍ତଙ୍କ ଚାଲାକି କିନ୍ତୁ ବେଶି ସମୟ ଧରି କାମ କରିନଥିଲା ଆଉ କ୍ରାଇମବ୍ରାଂଚ ହାତରେ ପଡ଼ି ଯାଇଥିଲେ ଦୁଇ ଅଭିଯୁକ୍ତ